September 21, 2024

ସମୁଦ୍ର ଜୀବନ ଜୀବିକା ର ଜୀବନ ବୀମା ସଚେତନତା ଶିବିର

Share

ସମୁଦ୍ର ଜୀବନ ଜୀବିକା ର ଜୀବନ ବୀମା ସଚେତନତା ଶିବିର

—————————————

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ପୁରୁଣାବନ୍ଧ ଗ୍ରାମ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ମା ଜାନବି ଫିସେରୀ ସୋସାଇଟି ସଭାପତି ଭି.ବୁଦ୍ଧିବନ୍ତ ରାଓ ଙ୍କ ସଭାପତିତ୍ୱରେ ସାମୁଦ୍ରିକ ମତ୍ସ୍ୟଜୀବିଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ମତ୍ସ୍ୟ ବିଭାଗ ପକ୍ଷରୁ ଏ ଡି ଏଫ ଓ ସୁବ୍ରତ ପଟନାୟକ, ଏ ଏଫ ଓ ବିଶ୍ବ ଭୂଷଣ ଜେନା,ପୂଜାରାଣୀ ସାହୁ ପ୍ରମୁଖ ମତ୍ସ୍ୟ ଅଧିକାରୀ ଯୋଗଦେଇ ଥିଲେ l
ପରମ୍ପାରିକ ମତ୍ସ୍ୟଜୀବି ମାନଙ୍କ ଜୀବନ ଜୀବିକାକୁ ନେଇ ଜୀବନ ବୀମା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ l ଗ୍ରାମରେ ସୋସାଇଟି ମାଧ୍ୟମରେ 770 ଜୀବନ ଵୀମା କରାଯାଇଥିବା ବେଳେ ଅଧିକରୁ ଅଧିକ ଏହି ବୀମା ମାଧ୍ଯମରେ ଲାଭ ଉଠାଇବା ପାଇଁ ବିଭିନ୍ନ ସ୍କିମ ସମ୍ଭନ୍ଧ ରେ ଅବଗତ କରାଯାଇଥିଲା l ଗ୍ରାମ୍ୟ ସଭାପତି ମାଗତା ବେହେରା, ଗ୍ରାମ୍ୟ ଉପସଭାପତି ସୁରେନ୍ଦ୍ର ବେହେରା, ସୋସାଇଟି ସମ୍ପାଦକ ସୁବାସ ବେହେରା ମଞ୍ଚସୀନ ରହିଥିଲେ l ସୋସାଇଟି ସଭ୍ୟ, ଗ୍ରାମ୍ୟ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ l