September 21, 2024

ଲଷ୍ମୀ ବସ୍ ପାଇଁ ତାତେଲେ ମହିଳା ଗୋଷ୍ଠୀ ନଆସିଲେ ଆରମ୍ଭ ହେବ ଗୁରୁଜୁଳି ପଂଚାୟତ ବାସୀଙ୍କ ଚେତାବନୀ l

Share

ଲଷ୍ମୀ ବସ୍ ପାଇଁ ତାତେଲେ ମହିଳା ଗୋଷ୍ଠୀ ନଆସିଲେ ଆରମ୍ଭ ହେବ ଗୁରୁଜୁଳି ପଂଚାୟତ ବାସୀଙ୍କ ଚେତାବନୀ l

ଅଡବା /ଗଜପତି ଜିଲ୍ଲାର ମୋହନା ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ବେଶ୍ ପରିଚିତ । ଏହି ବ୍ଳକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି ହେଲେ । ଅନେକ ସ୍ଥାନକୁ ଯିବାଆସିବା ପାଇଁ ଯାନବାହନର ସୁବିଧା ନାହିଁ । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁରୁଝୁଳି ପଂଚାୟତ ଅଞ୍ଚଳ ଲୋକେ । ଏହି ପଂଚାୟତ Olରୁ ମୋହନା ବ୍ଳକ କୁ ଯିବାକୁ ହେଲେ ୩୫ ରୁ ୪୦ କିଲୋମିଟର ହେଉଛି l ବ୍ଳକ ହେଉ ଅବା ଜିଲ୍ଲାକୁ ଯିବାକୁ ହେଲେ ଅଞ୍ଚଳବାସୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗତ କିଛି ଦିନ ତଳେ ଗଜପତି ଜିଲ୍ଲାରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଥିଲେ । ହେଲେ ଉଦ୍ଦେଶ୍ୟ ଥିଲା ପ୍ରତି ପଂଚାୟତକୁ ଲକ୍ଷ୍ମୀ ବସ୍ ଗଡିବ । ଯାହାକୁ ନେଇ ବେଶ୍ ଖୁସି ଅନୁଭବ କରିଥିଲେ ଗୁରୁଝୁଳି ପଂଚାୟତର ଗ୍ରାମ କୁରୁମା,ଶିକୁଳିଡିଅ, ବାମୁଦିପାଦା,ଗାଙ୍ଗୁଡିପଙ୍କାଳ, ପୁରୁଣା ପାଣି,ପୋଇପାଣି, ଲାଞ୍ଜିରୀ,ବାଲିବନ୍ଧ,ଆଖପାଖ ଅଞ୍ଚଳବାସୀ ଉପକୃତ ହୋଇପାରିବ ବୋଲି କହିଛନ୍ତି ଲୋକେ । ହେଲେ, ବାସ୍ତବ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଆଉ, ଯାହାକୁ ନେଇ ଗୁରୁଝୁଳି ପଂଚାୟତର ଅଂଚଳବାସୀ ଏକତ୍ରିତ ହୋଇ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିବା ସହ, ସରପଞ୍ଚ ଙ୍କୁ ଘେରିଛନ୍ତି ଅଞ୍ଚଳ ଲୋକେ । ଆଗାମୀ ଦିନରେ ଗୁରୁଝୁଳି ପଂଚାୟତକୁ ଲକ୍ଷ୍ମୀ ବସ୍ ନଆସିଲେ ପଞ୍ଚାୟତ ସହ, ବ୍ଳକ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ହେଲେ ସରପଞ୍ଚ ବ୍ଳକ ରୁ ଧରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗୁଁ କରିଥିଲେ ମଧ୍ୟ, କେହିବି ଗୁହାରି ଶୁଣୁନାହାନ୍ତି ବୋଲି କହିଛନ୍ତି ସରପଞ୍ଚ l କିଛି ମାସ ପୂର୍ବରୁ ଶ୍ରୀ ସତ୍ୟ ନାମକ ଏକ ଘରୋଇ ବସ୍ ଗୁରୁଝୁଳି ପଂଚାୟତ Olରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଯାଉଥିଲା । ହେଲେ,ଶ୍ରୀ ସତ୍ୟବସ ଗୁରୁଝୁଳି ନ ଆସି ଅଡବା Olରେ ରହି ଯାଉଛି ହେଲେ ପାରଳାଖେମୁଣ୍ଡି କୁ ଯିବାକୁ ରାଇପଙ୍କା,ମଣ୍ଡିମେରା,ଖାରିଗୁଡା,ବିରିକୋଟ 4 ଟି ପଂଚାୟତ ବାସୀ ବହୁତ ଅସୁବିଧାରେ ହେଉ ଥିବା ଦେଖିବାକୁ ମିଳୁଛି ସ୍ ମଧ୍ୟ ଆସୁ ନାହିଁ । କୌଣସି କାମରେ ପାରଳାଖେମୁଣ୍ଡି ଯିବାକୁ ହେଲେ ଅଡବା ଆସିକି ଯିବାକୁ ପଡୁଛି । ଗୁରୁଜୁଳି ପଞ୍ଚାୟତକୁ ଯଦିଓ ଲକ୍ଷ୍ମୀ ବସ୍ ଚଳାଚଳ କରେ, ତେବେ ବିରିକୋଟ ସମେତ ଖାରୀଗୁଡା ଓ ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳ ବାସୀ ଅଭି ଯୋଗ କରିଛନ୍ତି ଲଳିତା ବେହେରଦଳାଇ, ମହାକାଳୀ ଦଣ୍ଡସେନା, କୁମାରୀ ବେହେରଦଳାଇ, ସୁବାସିନୀ ବେହେରଦଳାଇ, ସୂର୍ଯ୍ୟକାନ୍ତି ପାତ୍ର, ଲଷ୍ମୀ ବେହେରଦଳାଇ, ରିତା ପାତ୍ର, ମୁକୁଦ ମାଝୀ, ଥମାସ ମାଝୀ,ଯୋସଫ ମାଝୀ ତିଲି ମାଝୀ, ଜିସାୟ ପ୍ରଧାନ, ସାମୁଏଲ ବେହେରଦଳେଇ, ନବୀନ ସିଂ, ଏଲିସା ରଇତ,ଯଦି ଏହାର ସମସ୍ୟା ର ସମାଧାନ ନହୁଏ ମୋହନା ବ୍ଲକ କୁ ଉଲ୍ଲାଇ ବୁ ବୋଲି ଚେତାବନୀ ଦେଇଛନ୍ତି ଅଂଚଳ ବାସୀ