March 11, 2026

ପାୱାରଗ୍ରୀଡ଼ ତରଫରୁ ସତର୍କତା ଓ ସଚେତନତା ବୈଠକ

IMG-20251101-WA0079
Share

ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର) : ସତର୍କତା ଏବଂ ସଚେତନତା ସପ୍ତାହ ଅଭିଯାନ ଅବସରରେ ଭାରତ ସରକାରଙ୍କ ଅଧୀନସ୍ଥ ଦେଶର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ପାୱାରଗ୍ରୀଡ କର୍ପୋରେସନ, ପଣ୍ଡିଆବିଲ ଉପକେନ୍ଦ୍ର ତରଫରୁ ତିରିମଲ ଗ୍ରାମ ପଞ୍ଚୟତରେ ଏକ ସତର୍କତା ଏବଂ ସଚେତନତା ବୈଠକ ସରପଞ୍ଚ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମବାସୀ ମାନଙ୍କୁ ନେଇ ଦୁର୍ନୀତି ମୁକ୍ତ ସମାଜ ଓ ଗୋଷ୍ଠୀ ଗଠନ ପାଇଁ ଆହ୍ବାନ ସହିତ ସାଧାରଣ ଲୋକଙ୍କ ମଧ୍ୟରେ ଠକେଇ ନ ହେବାଏଵଂ କାହାକୁ ନ ଠକିବା ପାଇଁ ସଚେତନା ସୃଷ୍ଟି କରିବା ହିଁ ଏହି କାର୍ଯକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜୀବନରେ ସବୁ କ୍ଷେତ୍ର ରେ ସଚ୍ଚୋଟତା ଏଵଂ ସତ୍ୟାନିଷ୍ଠା ଅବଲମ୍ବନ କରିବା ପାଇଁ ଉପସ୍ଥିତ ସମାବେଶ ସତ୍ୟନିଷ୍ଠ ପ୍ରତିଜ୍ଞା ପାଠ କରିଥିଲେ ତତ୍ ସହିତ ପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣେ ମଧ୍ୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ସତର୍କତା ସଚେତନତା ପ୍ରତିଜ୍ଞା ଏବଂ ନିବନ୍ଧ ଆୟାଜନ କରାଯାଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ କମିଟି ମାଧ୍ୟମରେ ବିତରଣ କରାଯାଇଥିଲା। ଏବଂ ପାୱାର ଗ୍ରୀଡ କର୍ମଚାରୀଙ୍କୁ ନେଇ ଅରଗୁଳ ବଜାର ରେ ଏକ ୱାକଥନ୍ ଜରିଆରେ ଗ୍ରାମବାସୀଙ୍କୁ ସତର୍କତା ସଚେତନତା କରା ଯାଇଥିଲା। ଉକ୍ତ କାର୍ଯକ୍ରମ କୁ ପାୱାରଗ୍ରିଡ୍ ପାଣ୍ଡିଆବିଲି ଉପକେନ୍ଦ୍ର ର ଡିଜିଏମ ଚନ୍ଦନା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ରତିକାନ୍ତ ବିଶ୍ବାଳ, ପ୍ରବନ୍ଧକ ଏବଂ ଅମର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ସଫଳତା ପୂର୍ବକ ଆମ ପରିଚାଳିତ କରାଯାଇଥିଲା ।