March 10, 2026

ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ 

IMG-20251101-WA0066
Share

 

ବୁଗୁଡା : ତା ୦୧/୧୧/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ କୁଆଁନଳା ଗ୍ରାମର ଜନୈକ ବୃଦ୍ଧ ବ୍ଯକ୍ତି ବାଘୁଆ ନଦୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ବାଞ୍ଛାନିଧି ଗୌଡ(୬୫)। ପ୍ରକାଶ ଯେ, ଶନିବାର ଅପରାହ୍ଣରେ ବାଞ୍ଛାନିଧି ଶୌଚ କରିବା ପାଇଁ ଗାଁ ନିକଟସ୍ଥ ବାଘୁଆ ନଦୀକୁ ଯାଇଥିଲେ। ଅସାବଧାନତା ବଶତଃ ସେ ପାଣିରେ ବୁଡି ଯାଇଥିଲେ। ଆଖପାଖରେ ଥିବା ଲୋକେ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନଂ ୨୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।