ଠାକୁର କାର୍ତ୍ତିକେଶ୍ବରଙ୍କ ପୂଜା ଉତ୍ସବ ଆରମ୍ଭ
ବୁଗୁଡା : ତା ୦୧/୧୧/୨୫ : : ସ୍ଥାନୀୟ ବଡଦାଣ୍ଡଠାରେ ବିରଞ୍ଚି ନାରାୟଣ ପୂଜା କମିଟି ପକ୍ଷରୁ ଠାକୁର କାର୍ତ୍ତିକେଶ୍ବରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଉକ୍ତ ଉତ୍ସବରେ ପୁରୋହିତ ଭାବେ ଦୀପକ କୁମାର ଦାଶ ଓ ପଦ୍ମଲୋଚନ ମିଶ୍ର ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ଗୌତ୍ତମ ବାଢେଇ ଦାୟିତ୍ୱ ନିର୍ବାହ କରିଥିଲେ । ରଙ୍ଗିନ ଆଲୋକ ମାଳାରେ ସୁସଜ୍ଜିତ ଆକର୍ଷଣୀୟ ମେଢକୁ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାବେଶ ଘଟୁଥିବା ବେଳେ ଠାକୁରଙ୍କ ସନ୍ଧ୍ୟା ଆଳତି ସମୟରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ପୂଜା କମିଟିର ରାମକୃଷ୍ଣ ସେଠୀ, କାହ୍ନା ଗୌଡ, ପ୍ରିତମ୍ ସ୍ବାଇଁ, ଅମର ସେନାପତି, ବିଭୁ ସ୍ବାଇଁ, ମୁନା ଗୌଡ, ଶୁଭମ୍ ସ୍ବାଇଁ, ପ୍ରେମ କୁମାର ସାହୁ ଓ ଚନ୍ଦନ ନାହାକ ପ୍ରମୁଖ ସଦସ୍ୟଗଣ ଉକ୍ତ ପୂଜା ଉତ୍ସବକୁ ପରିଚାଳନାରେ ସକ୍ରିୟ ସହଯୋଗ କରୁଥିବା ଜଣାଯାଇଛି।
