March 12, 2026

ପବିତ୍ର ଅଁଳାନବମୀରେ ହବିଷ୍ୟାଳି ମାନଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ

IMG-20251101-WA0017
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲଜ ତିନିକୁଦି ଗ୍ରାମର ହରିସହଦେଵ ମନ୍ଦିରରେ ହବିଷ କରୁଥିବା ହବିଷ୍ୟାଳି ମାନଙ୍କୁ ସାମାଜିକ ଅନୁଷ୍ଠାନ ଆଞ୍ଚଳିକ ସେବାସଙ୍ଘ ର ସଦସ୍ୟମାନେ ମାଗଣାରେ ମହାପ୍ରସାଦ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ବିଜୟ କୁମାର ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠାନ ର ସମ୍ପାଦକ ଗୌତମ ଜେନାଙ୍କ ସହିତ ସମସ୍ତ ସଦସ୍ୟମାନେ ମିଶି ପୁରୀରୁ ମହାପ୍ରସାଦ ଆଣି ହବିଷ୍ୟାଳି ମାନଙ୍କୁ ହରିସହଦେବ ଙ୍କ ପୀଠରେ ବସାଇ ମହାପ୍ରସାଦ ପରସିବା ସହିତ ସଦସ୍ୟମାନେ ବସି ମହାପ୍ରସାଦ ସେବନ କରିଥିଲେ l ଏଥିସହିତ ଗ୍ରାମବାସୀଙ୍କ ଦ୍ୱାରା ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା l ଆଞ୍ଚଳିକ ସେବାସଙ୍ଘ ପ୍ରଚେଷ୍ଟାରେ ସେହିସ୍ଥାନ ଟି ଧାର୍ମିକ ପରିବେଶ ସୃଷ୍ଟି କରିଥିଲା l ଅନୁଷ୍ଠାନ ର ଏପରି ପ୍ରଚେଷ୍ଟାକୁ ଗ୍ରାମବାସୀ ସାଧୁବାଦ ଜଣାଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ