ନିଡ଼ ଆଣ୍ଡ ହେଲ୍ପ ଫାଉଣ୍ଡେସନ ର ଉଦ୍ଘାଟନୀ ଏବଂ ନବରାତ୍ର ପୂଜା ଉତ୍ସବ ମହାଡ଼ମ୍ବରରେ ପାଳନ ହୋଇଯାଇଛି

ପୁରୀଜିଲ୍ଲାର ଵୃଦ୍ଧାଶ୍ରମ, ଅନାଥଶ୍ରମ, ବାଳାଶ୍ରମ ସହିତ ବିଭିନ୍ନ ବିଦ୍ୟାଳୟ ରେ ବୃକ୍ଷ ରୋପଣ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଉତ୍କଣ୍ଠା ଜନ୍ମେଇ ନୂତନ ପରିଚୟ ସୃଷ୍ଟି କରିବାପାଇଁ ଅନୁଷ୍ଠାନ ର ଅଧକ୍ଷା ତଥା ପୁରୀଜିଲ୍ଲାର କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶି ଦାସ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ମୁଖ୍ୟବକ୍ତା ଭାବେ ପୁରୀଜିଲ୍ଲା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା E24 ହସ୍ପିଟାଲ ର ପ୍ରତିଷ୍ଠାତା ରାଜେଶ କୁମାର ମିଶ୍ର, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ଅଭିମନ୍ୟୁ, ଜେନା, ସବିତା ମିଶ୍ର, ପୂରୀସଦର ବ୍ଲକ ଅଧକ୍ଷ ଦିବାକର ପାତ୍ର, ତାମିଲ ଏବଂ ଓଡ଼ିଆ ଫିଲ୍ମ ନିର୍ଦେଶକ ତଥା ଯାତ୍ରା କଳାକାର ସୁଧାକର ବସନ୍ତ, ଚିଲିକା ବନ୍ଧୁ ରାଧାକାନ୍ତ ସାହୁ, ପ୍ରକୃତି ମିତ୍ର ପ୍ରଦୀପ କୁମାର ଦଳାଇ, ଗଛକୁ ଭଲପାଉଥିବା ମଣିଷଟିଏ ତଥା ପୁରୀଜିଲ୍ଲା ହାବିଲଦାର କନେଷ୍ଟବଳ ସଂଘର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ସହିତ ପୁରୀଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ନିଜର ନାମ କମାଇଥିବା ସମାଜସେବୀ ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଅନୁଷ୍ଠାନ ର ଲୋଗକୁ ଉଦଘାଟନ କରିଥିଲେ l ପରେପରେ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା l ପ୍ରଥମେ ପିସିସି ସଭାପତି ରାଜେଶ କୁମାର ମିଶ୍ର ନିଜର ଅଭିଭାଷଣ ରେ କହିଥିଲେ ଜେ କିନ୍ନର ସଂଘର ସଭାନେତ୍ରୀ ତଥା ନିଡ଼ ଆଣ୍ଡ ହେଲ୍ପ ଫାଉଣ୍ଡେସନ ଅଧକ୍ଷା ପ୍ରିୟାଂଶି ଦାସ ର ପ୍ରଚେଷ୍ଟା କୁ ମୁଁ ସ୍ୱାଗତ କରିବା ସହିତ ଏହି ଅନୁଷ୍ଠାନ ର ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ ରଖି ସମସ୍ତ ସାହାଯ୍ୟ କରିବି l ସେହିଭଳି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ନିଜର ଅଭିଭାଷଣ ରେ କହିଲେ ଯେ ସରକାରଙ୍କ ଠାରୁ ଭୂମି ଆଣି ମୁଁ ମୋ ପାଣ୍ଠିରୁ ଖର୍ଚ୍ଚ କରି କିନ୍ନର ସଂଘକୁ ସମ୍ପୂର୍ଣ୍ଣ ରୋଜଗାରକ୍ଷମ କରାଇବି l ସେହିଭଳି ସମସ୍ତ ଅତିଥିମାନେ ନିଜନିଜର ଅଭିଭାଷଣ ରଖିବାପରେ ପୁରୀଜିଲ୍ଲାର ସମାଜମୂଳକ ସେବାରେ ନିଜକୁ ନିୟୋଜିତ କରିଥିବା ଅନୁଷ୍ଠାନ ତଥା ସାହିଭାଇ, ହୋପ ଇଜ ଲାଇଫ, ହାପିନେସ ଫାଉଣ୍ଡେସନ, ଆଞ୍ଚଳିକ ସେବାସଙ୍ଘ, ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ, ଆଞ୍ଚଳିକ ସେବାସଙ୍ଘ, ବ୍ରହ୍ମଗିରି କ୍ଲବ ସହିତ ବିଭିନ୍ନ ଅନୁଷ୍ଠାନ ଏବଂ ବିଭିନ୍ନ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସାମ୍ବାଦିକ ତଥା ସମାଜସେବୀ ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥିଭାବେ ବେଲଦଳ ସରପଞ୍ଚ ବିପିନ ଦାସ, ଗୀତିକାର ନରେନ୍ଦ୍ର କୁମାରଙ୍କ ସହିତ ବିଭିନ୍ନ ବ୍ୟକ୍ତିତ୍ୱମାନେ ଯୋଗଦାନ କରିଥିଲେ l ମୁଖ୍ୟ ଅତିଥିଭାବେ ସାମ୍ବାଦିକ ତଥା ସମାଜସେବୀ ରମେଶ ସାହୁ ନିଜର ଅଭିଭାଷଣ ରେ କହିଥିଲେ ଯେ ନିଡ଼ ଆଣ୍ଡ ହାପିନେସ ଫାଉଣ୍ଡେସନ ପ୍ରତିଟି କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ କରିବା ସହିତ ସହଯୋଗ ର ହତାବଢ଼ାଇବେ l ଅନୁଷ୍ଠାନ ର ଅଧକ୍ଷା ପ୍ରିୟାଂଶି ଦାସ କହିଥିଲେ ଯେ ବିଭିନ୍ନ ଵୃଦ୍ଧାଶ୍ରମ, ବାଳାଶ୍ରମ, ଅନାଥଆଶ୍ରମ କୁ ସହଯୋଗ ର ହାତବଢ଼ାଇବା ସହିତ ପ୍ରତି ମାସରେ ପୁରୀଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଇ ପରିବେଶ କୁ ସୁଦୃଢ କରିବା ସହିତ ଯେଉଁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉନ୍ନତମାନର ବୃକ୍ଷ ସୃଷ୍ଟି ହେବ ସେହି ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବୋର୍ଦ୍ଧିତ କରାଯିବ l ପରେପରେ ମାଙ୍କ ପୂଜାର୍ଚନା କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଦୁଇଦିନ କାଳ ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନ ର ଅଧକ୍ଷା ପ୍ରିୟାଂଶି ଦାସ l
