October 5, 2024

ବୁଗୁଡ଼ାରେ ମନ୍ତ୍ରୀଙ୍କ ଆବାହକତ୍ବରେ ବୁଦ୍ଧିଜୀବୀ ସମ୍ମିଳନୀ 

Share

 

ବୁଗୁଡ଼ା : ତା ୦୧/୧୦/୨୦୨୪ : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଆହ୍ୱାହକତ୍ବରେ ବୁଗୁଡ଼ା ଏନଏସି ଓ ବ୍ଲକର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ସମ୍ମିଳନୀ ବ୍ଲକ କଲୋନୀସ୍ଥିତ ସ୍ବବାସଭବନରେ ଅନୁଷ୍ଠିତ ହୋଇଯାଇଛି l ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଆୟୋଜିତ ଏହି ସମ୍ମିଳନୀରେ ବହୁ ବୁଦ୍ଧିଜୀବୀ ଯୋଗଦେଇ ବୁଗୁଡ଼ା ଅଞ୍ଚଳର ସାମଗ୍ରିକ ବିକାଶ ଉପରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ l ବିଶେଷ କରି ବୁଗୁଡ଼ା ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଦୂର କରିବା ପାଇଁ ପାୱାର ଗ୍ରୀଡ଼ ସ୍ଥାପନ, ମେଡିକାଲରେ ଡାକ୍ତର ସମସ୍ୟା , ରାସ୍ତାରେ ବୁଲା ଗାଈ ଗୋରୁ ଯୋଗୁଁ ଉପୁଜୁ ଥିବା ଟ୍ରାଫିକ ସମସ୍ୟା, ସହରର ରାସ୍ତାଘାଟର ଉନ୍ନତିକରଣ, ମାର୍କେଟ କମ୍ପ୍ଲେକ୍ସ ଅଧପନ୍ତରିଆ ହୋଇ ପଡିରହିଥିବା ବିଷୟ, ପରିବା ମାର୍କେଟ ସମସ୍ୟା, ବୁଗୁଡ଼ାରେ ଶବ ବ୍ୟବଛେଦ ବ୍ୟବସ୍ଥା, ୧୧ନଂ ୱାର୍ଡରେ ନିର୍ମିତ ଅଙ୍ଗନବାଡି କେନ୍ଦ୍ରକୁ ରାସ୍ତା ନଥିବା, ସହର ପାଇଁ ବାଇପାସ ରୋଡ଼, ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ, ବୁଗୁଡ଼ାରେ ଥିବା ଷ୍ଟାଡିୟମର ଉନ୍ନତିକରଣ ,ପାନୀୟ ଜଳ ସମସ୍ୟାର ସମାଧାନ ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ସମସ୍ୟା ଗୁଡିକର ଖୁବ ଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେବା ସହ ବାଲିପଦର ଠାରେ ଏକ କମ୍ୟୁନିଟି ହଲ ଓ ଲାଇବ୍ରେରୀ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଥିବା ବେଳେ ସହରର ରାସ୍ତା ଘାଟର ଉନ୍ନତିକରଣ ପାଇଁ ମଧ୍ୟ କାମ ଆଗେଇ ଚାଲିଥିବା କହିଥିଲେ l ଏଥି ସହ ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ, ବିରଞ୍ଚି ନାରାୟଣ ମନ୍ଦିର , ବଳଦେବ ମନ୍ଦିର , ମା’ ସାଙ୍କୁଲେଇ ଶକ୍ତି ପୀଠ ଆଦିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଥିଲେ l ଖୁବ ଶୀଘ୍ର ସବୁ ସମସ୍ୟାର ସମାଧାନ କରାଯିବ ଏବଂ ଝୁମୁଡିରେ ରହୁଥିବା ସମସ୍ତ ଗରୀବ ଲୋକଙ୍କୁ ଆବାସ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ l