October 5, 2024

ଅସ୍ତରଙ୍ଗ ଥାନା ପରିସର ରେ ନାଗ ନାଗୁଣୀ ଙ୍କ ରାଜ..

Share

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପରିସର ରେ ବିଭିନ୍ନ ପ୍ରକାର ବିଶଧର ସର୍ପ ଏହି କିଛି ଦିନ ହେବ ଦେଖିବାକୁ ମିଳିଛନ୍ତି । କିଛି ମାସ ତଳେ, ସେହି ଥାନାକୁ ମା ସଙ୍ଗେ ଆସିଥିବା ଏକ ପାଞ୍ଚ ବର୍ଷ ର ଛୁଆ ପୁଅକୁ ଏକ ବିଷଧର ସର୍ପ କାମୁଡି ଦେବାରୁ ସେହିଠାରେ ସେ ପିଲାଟି ମୃତୁ ବରଣ କରିଥିବା ବେଳେ,ସେହିଦିନ ଠାରୁ ଅଦ୍ୟାବଧି ବିଭିନ୍ନ ପ୍ରକାର ବିଷଧର ଜୀବ ଜନ୍ତୁ ତଥା ନାଗ ନାଗୁଣୀ ଙ୍କର ବିଚରଣ ବୃଦ୍ଧି ପାଇଛି । କେତେବେଳେ ଥାନା ବାରକରେ ପଶି ଯାଉଛନ୍ତି ତ ଆଉ କେତେବେଳେ, ଆଇ ଆଇ ସି ଙ୍କ କାର୍ଯ୍ୟାଳୟ ଭିତରେ ପଶି ରାଜ କରୁଛନ୍ତି । ଦୁଇ ଦୁଇ ଥର ନାଗ ସାପ ଧାରା ହୋଇ ଜଙ୍ଗଲ ବିଭାଗ କୁ ହସ୍ତାନ୍ତର କରା ଯାଇ ଜଙ୍ଗଲରେ ଛଡ଼ା ଯାଇଥିବା ବେଳେ,ପୁଣି ଏବେ ଏକ ବିରାଟ ବିଷଧର ନାଗ ସାପ ଅଚାନକ ଥାନା ପରିସରରେ ପହଞ୍ଚି କର୍ମ ଚାରୀ ମାନଙ୍କୁ ନାକେଦମ୍ କରିଥିବା ଦେଖିବାକୁ ମିଳି ଅଛି।

ଅପର ପକ୍ଷରେ,ଅସ୍ତରଙ୍ଗ ର ନୂତନ ଥାନା ର ନବ ନିର୍ମାଣ ଗୃହ କାର୍ଯ୍ୟ ସାରିଥିଲା ବେଳେ,ଉଦ୍ଘାଟନ ହେବାର କାର୍ଯ୍ୟ କ୍ରମ ର ତାରିଖ ବାର ମ୍ବାର ଘୁଞ୍ଚି ଘୁଞ୍ଚି ଯାଉ ଥିବାରୁ ଥାନାର କର୍ମଚାରୀ ନିଜକୁ ଅସୁରକ୍ଷିତ ମଣି ବିପଦରେ ତାଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି । ଏହି ଅସ୍ଥାୟୀ ଥାନା ପରିସରରେ କେତେବେଳେ କଣ ଘଟିବାର ଆଶଙ୍କା ଥିବାରୁ ତୁରନ୍ତ ନୂତନ ଥାନା ଗୃହକୁ ଥାନା ସ୍ଥାନାନ୍ତର ପାଇଁ ଥାନା ର କର୍ମଚାରୀ ଜନସାଧାରଣ ପ୍ରଭୁତି,ବିଭାଗୀୟ ନେତୃବୃନ୍ଦ ଙ୍କୁ ନିବେଦନ କରିଛନ୍ତି । ନଚେତ୍ ବର୍ତ୍ତମାନ ବର୍ଷାଦିନ ଥିବାରୁ ଯିବ ଜନ୍ତୁ ତଥା ଆଖ ପାଖ ଅ ପରିଷ୍କାର ଥିବାରୁ,କେତେବେଳେ କଣ ଘଟିବ ତାହା କହିହେବ ନାହିଁ ।

ଦୁଃଶାସନ ନାୟକ,ଅସ୍ତରଙ୍ଗ