ଜାତୀୟ ରକ୍ତଦାନ ଦିବସ ଉପଲକ୍ଷେ ତ୍ୟାଗର ରକ୍ତଦାନ ଓ ରକ୍ତଦାତା ସମ୍ମାନ ସମାରୋହ ଅନୁଷ୍ଠିତ
୯୧ ଜଣ କଲେ ରକ୍ତଦାନ,୫୨ ରକ୍ତଦାତାଙ୍କୁ ସମ୍ମାନିତ
ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଜାତୀୟ ରକ୍ତଦାନ ଦିବସ ଉପଲକ୍ଷେ ବିଶିଷ୍ଟ ରକ୍ତଦାନ ସଂସ୍ଥା ତ୍ୟାଗ ପକ୍ଷରୁ ରକ୍ତଦାନ ଶିବିର ଓ ରକ୍ତଦାତା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ରକ୍ତଦାନ ଶିବିର ଗୁଡ଼ିକରେ ସମୁଦାୟ ୯୧ ୟୁନିଟ ରକ୍ତଦାନ କରାଯାଇଛି । ୩୧ ଜଣ ବରିଷ୍ଠ ରକ୍ତଦାତା ଓ ୨୧ ଜଣ ନୂଆ ରକ୍ତଦାତାଙ୍କୁ ସ୍ବତନ୍ତ୍ର ରୂପେ ସମ୍ମାନିତ କରାଯାଉଛି । ୨୯ତାରିଖ ବୁର୍ଲା ରକ୍ତ କେନ୍ଦ୍ରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୭ ଜଣ ରକ୍ତଦାନ କରିଥିଲେ । ୩୧ ଜଣ ବରିଷ୍ଠ ରକ୍ତଦାତା ଓ ୨୧ ଜଣ ପ୍ରଥମ କରି ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା l ରକ୍ତଦାନର ପ୍ରଚାର ପ୍ରସାର ପାଇଁ ‘ ତା ଜୀବନ ଧନ୍ୟ ଯେ କରେ ରକ୍ତଦାନ ‘ ଶୀର୍ଷକ ପ୍ରଚାର ପୁସ୍ତିକାକୁ ଡ ସନ୍ତୋଷ କାନୁନଗୋ ଓ ଡ ଶୁଶାନ୍ତ କର ଉନ୍ମୋଚନ କରିଥିଲେ । ଏହାକୁ ବୁର୍ଲା ପେଟ୍ରୋଲ ପମ୍ପ ଛକରେ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛକ ରେ ବଣ୍ଟା ଯାଇଥିଲା। ତ୍ୟାଗର ଅନ୍ୟତମ ପ୍ରଚାର ପୁସ୍ତିକା ” ରକ୍ତଦାନ ମହାପୁନ୍ୟ ,କରି କରାଇଲେ ଜୀବନ ଧନ୍ୟ” କୁ ପ୍ରଫେସର୍ ସଂଯତ ସାହୁ ଓ ପ୍ରଫେସର୍ ସଞ୍ଜୟ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଏହାକୁ ବୁର୍ଲା ମେଡିକାଲ ପରିସରରେ ରୋଗୀ ପରିଜନ ଓ ସାଧାରଣ ଜନତାଙ୍କୁ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମକୁ ଦଶରଥ ଦାସ, ଲକ୍ଷ୍ମୀ ପ୍ରଧାନ, ବିରଞ୍ଚି ମହାପାତ୍ର, ତପନ ବେହେରା, ପ୍ରଫୁଲ୍ଲ ଗୁରୁ, ଅଧ୍ୟାପକ ସରୋଜ ତ୍ରିପାଠୀ, ପ୍ରଦୀପ ପଣ୍ଡା, ଗୁଡୁୁ ଉପଲ ଶିବିର ସଂଯୋଜନା କରିଥିଲେ। ରକ୍ତଭଣ୍ଡାର ର ବରିଷ୍ଠ ଅଧିକାରୀ ମଣ୍ଟୁ ପ୍ରଧାନ,ସମାଜସେବୀ ବାବୁ ପଣ୍ଡା , ଆଲୋକ ଅନୁଷ୍ଠାନର ମନୋଜ ସାହୁ ଓ ବରିଷ୍ଠ ନାଗରିକ ପ୍ରଶାନ୍ତ ପଢ଼ି ସ୍ବତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ । ବରିଷ୍ଠ ଡ଼ାକ୍ତର ପ୍ରଫେସର୍ ଶ୍ରୀବଛ ମହାପାତ୍ର ଓ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଅନୂପା ଟପୋ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ରକ୍ତଦାତାଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ ।ବୁର୍ଲା ରକ୍ତଭଣ୍ଡାର ରକ୍ତ ସଂଗ୍ରହ କରିଥିଲେ।