June 29, 2024

କଟାମା ଧର୍ମାଞ୍ଚଳ ସ୍ତରୀୟ ସାଧ୍ୱୀ ତେରେସା ଙ୍କ ପର୍ବ ପାଳନ

Share


ବ୍ରାହ୍ମଣୀଗାଁ ତା:୦୧/୧୦ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ଧର୍ମଞ୍ଚଳ ରେ ଶିଶୁ ଯୀଶୁ ପ୍ରାଣା ସାଧ୍ୱୀ ତେରେସା ଙ୍କ ପର୍ବ କୁ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଏହି ଅବସରରେ କଟାମା ଚର୍ଚ୍ଚ ପରିସରରେ ଏକ ମିଳିତ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା, ଏଥିରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ଧର୍ମପ୍ରଦେଶ ର ଧର୍ମାଧ୍ୟକ୍ଷ ଡ଼. ଶରତ ଚନ୍ଦ୍ର ନାୟକ ଯୋଗଦେଇ ମୁଖ୍ୟ ପୌରହିତ୍ୟ ଓ ବାକ୍ୟ ପରିବେଷଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଯାଜକ ପ୍ରଫୁଲ୍ଲ କୁମାର ନାୟକ ଯାଜକ ବିମଳ ଚନ୍ଦ୍ର ନାୟକ, ଡିନ ଯାଜକ କରୁଣାକର ଦିଗାଲ, ଧର୍ମାଧ୍ୟକ୍ଷ ଙ୍କ ସମ୍ପାଦକ ଯାଜକ ପୂର୍ଣ୍ଣ ଚନ୍ଦ୍ର ନାୟକ ସମେତ ବିଭିନ୍ନ ଧର୍ମାଞ୍ଚଳରୁ ଯାଜକ ଓ ସେବା ଭଗ୍ନୀ ଗଣ ଯୋଗ ଦେଇଥିଲେ।କଟାମା ଧର୍ମାଞ୍ଚଳ ର ମୂଖ୍ୟ ସଚେତକ ଶୁଭ କାନ୍ତ ମନ୍ତ୍ରୀ ଙ୍କ ନେତୃତ୍ବ ରେ ଧର୍ମାଞ୍ଚଳ ର ମୂଖ୍ୟ ଯାଜକ ମନୋଜ କୁମାର , ସହକାରୀ ଯାଜକ ଭିନ୍ସେନ୍ତ କୋମଲ ଙ୍କ ତତ୍ତ୍ଵାବଧାନରେ ପର୍ବ ପାଳନର ସମସ୍ତ ଆୟୋଜନ କରାଯାଇ ଥିବା ବେଳେ ଏହା ଗୁରୁବାର ଠାରୁ ଆରମ୍ଭ ହୋଇ ରବିବାର ଦିନ ଉଦଯାପିତ ହୋଇଛି, ଗୁରୁବାର ଦିନ ଚାଳିଶ ନିର୍ଦ୍ଧେଶକ ଯାଜକ ପିଟର ଛିଞ୍ଚାଣି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ରବିବାର ମହା ଆଡ଼ମ୍ବର ସହକାରେ ପର୍ବ ପାଳନ କରାଯାଇ ଥିବା ବେଳେ ଗ୍ରାମ ର ମାତୃ ମଣ୍ଡଳୀ ଗୀତ ନାଚ ମାଧ୍ୟମ ରେ ଅତିଥି ଯାଜକ ଓ ସେବା ଭଗ୍ନୀ ମାନଙ୍କୁ ଗାଁ ମୁଣ୍ଡରୁ ଶୋଭାଯାତ୍ରା କରି ସ୍ଥାନୀୟ ଚର୍ଚ୍ଚ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ, ଧର୍ମାଧ୍ୟକ୍ଷ ଡ଼. ଶ୍ରୀ ନାୟକ ଙ୍କ ପୌରହିତ୍ୟ ରେ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇ ଥିବା ବେଳେ, ସନ୍ଧ୍ୟା ସମୟରେ ମା ‘ମେରୀଙ୍କ ପ୍ରତିମୂର୍ତ୍ତି କୁ ନେଇ ମାଳା ପ୍ରାର୍ଥନା ସହ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଚର୍ଚ୍ଚ ଠାରୁ ଆରମ୍ଭ କରି ନଗର ପରିକ୍ରମା କରି ଗୁମ୍ଫା ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମୋହନା ସ୍ଥିତ ଅନୁଗ୍ରହ ପୀଠ ର ନିର୍ଦ୍ଧେଶକ ଯାଜକ ମାର୍ଟିନ ଚିନ୍ତାମଣି ପରିଚ୍ଛା ବାଇବଲ ରୁ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ମଣ୍ଡଳୀ ର ଗ୍ରାମ୍ୟ ବେହେରା , ଗ୍ରୁପ୍ ବେହେରା, ପାରିସ କାଉନସିଲ୍ ସଦସ୍ୟ , ପ୍ରଚାରକ ଓ ଯୁବ ସଙ୍ଘ ସଦସ୍ୟ ମାନେ ସହଯୋଗ କରିଥିଲେ, ନୀତିନ, ପରସ୍ ଓ ପ୍ରସନ୍ନ ଙ୍କ ମ୍ୟୁଜିକ୍ ଦଳ ଯଜ୍ଞ କାଳୀନ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ, ଶେଷ ରେ ପାରିଶ କାଉନସିଲ୍ ର ସମ୍ପାଦକ ପ୍ରତାପ ପରିଚ୍ଛା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)