ବରିଷ୍ଠ ନାଟ୍ୟକାର ଲୋକନାଥ ତ୍ରୀପାଠୀଙ୍କ ପରଲୋକ ।
ସୁରେନ୍ଦ୍ର କଠାର ଙ୍କ ରିପୋର୍ଟ
ଅତାବିରା ବ୍ଲକ ଢେମସା ଗ୍ରାମର ବରିଷ୍ଠ ନାଟ୍ୟକାର ଲୋକନାଥ ତ୍ରୀପାଠୀ ଙ୍କ ୮୦ବର୍ଷ ବୟସରେ ରବିବାର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନରୁ ଶାରୀରିକ ଭାବେ ଅସୁସ୍ଥ ଥିଲେ । ସ୍ୱର୍ଗତ ତ୍ରୀପାଠୀ ଜଣେ ପଶ୍ଚିମ ଓଡିଶାରେ ଜଣେ ସୁନାମଧନ୍ୟ ନାଟ୍ୟକାର ରହିଥିବା ସହ ଲୋକନାଟ୍ୟ କଳାରେ ଓଡିଶାର କଳା,ସଂସ୍କୃତି,ଐତିହ ପରମ୍ପରାକୁ ଆଧାର କରି ଅନେକ ନାଟକ ନିଜେ ରଚନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏଥିସହ ୧୯୭୦ ଦଶକରେ ଢେମସା ଗ୍ରାମରେ ନିଜେ ଏକ ନାଟକ ପାର୍ଟି ଗଠନ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବରଗଡ,ଅତାବିରା, ଗୋଡଭଗା,ଲହଣ୍ଡା,ଜାଙ୍ଗେଡ, ପାହାଡଶ୍ରୀଗିଡା ଆଦି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ନିଜ ପୈତୃକ ଗ୍ରାମ ଢେମସାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଜ୍ୟେଷ୍ଠପୁତ୍ର ପଞ୍ଚାନନ ମୁଖାଗ୍ନି ଦେଇଥିଲେ ।
