March 11, 2026

ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ  

IMG-20250901-WA0182
Share

 

 

ପାରଳାଖେମୁଣ୍ଡି:୧/୯(ଗରୁଡ ଧ୍ୱଜ ଚୌଧୁରୀ କ୍ଷୁଦ୍ର ଜଳସେଚନ ମଣ୍ଡଳର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଡି. ସୁଧାକର କୁମାର ଗଜପତି ଜିଲ୍ଲାର ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ଗସ୍ତ କରି ଚେକଡ୍ୟାମ ନିର୍ମାଣ ପାଇଁ ଗୁରୁତ୍ୱ ଆରୋପ କରିଛନ୍ତି. ଏହି ଜିଲ୍ଲାର ମୋହନା ବ୍ଲକରେ ଥିବା ବନ ପାହାଡ଼ ଘେରା ଦୁର୍ଗମ ଖାରିଗୁଡା, ଚାଞ୍ଚଡାପଲ୍ଲୀ, ବାଛିପଙ୍କା, ଅଡ଼ବା ପଞ୍ଚାୟତର ନାରାୟଣପୁର ଓ ଗଡ଼ରମା ପଞ୍ଚାୟତର ଜାର୍ଗିଡୁଆ ଭଳି ଆଭ୍ୟନ୍ତରୀଣ ଦୁର୍ଗମ ଗ୍ରାମାଞ୍ଚଳ ପରିଦର୍ଶନ କରିଛନ୍ତି. ଏ ସବୁ ଅଞ୍ଚଳରେ ନୂତମ ଚେକ୍‌ଡ୍ୟାମର ଆବଶ୍ୟକତା ରହିଥିବା ଅଞ୍ଚଳବାସୀ ଜଣାଇଛନ୍ତି. ଚେକଡ୍ୟାମ ନିର୍ମାଣ କଲେ ଏହି ଅଞ୍ଚଳରେ ଜମିକୁ ଜଳସେଚନର ବ୍ୟବସ୍ଥା ହେବା ସହ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ହେବ ବୋଲି ଲୋକେ ଅବଗତ କରିଥିଲେ. ସେହିପରି ଅଡ଼ବା ପଞ୍ଚାୟତର ନାରାୟଣପୁର ଗ୍ରାମରେ ଗୋଟିଏ, ବାଛିପାଙ୍କାରେ ଗୋଟିଏ ଏବଂ ଜାଗିଦୂଆରେ ୩ଟି ପ୍ରକଳ୍ପ ନିର୍ମାଣ କରିବା ପାଇଁ ପ୍ରାୟ ୪୦ ରୁ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି. ଏହା ନିର୍ମାଣ ହେଲେ ପ୍ରାୟ ୮୨ ହେକ୍ଟର ଜମି ଜଳସେଚିତ ହୋଇପାରିବା ପର୍ଯ୍ୟାୟକ୍ରମେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଚେକ୍‌ଡ୍ୟାମ ମାଧ୍ୟମରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଥିଲେ।