April 28, 2026

ନର୍ଲା ଓ ଜୟପାଟଣା ଏନ.ଏ.ସି ଘୋଷିତ

IMG-20250901-WA0094
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଦୀର୍ଘ ଦିନରୁ କଳାହାଣ୍ଡି ଜିଲ୍ଳାର ୪ ଟି ସହର ଯଥା, ନର୍ଲା, ମ. ରାମପୁର, ଜୟପାଟଣା ଓ ରିଷିଡାର ଜନସାଧାରଣ ଓ ବିଭିନ୍ନ ସଂଗଠନ ଏନ.ଏ.ସି ମାନ୍ୟତା ଦେବାପାଇଁ ଦାବି କରିଆସୁଥିଲେ। ଅବଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱା୍ୟତ୍ତ ଶାସନ ଦିବସ ଉପଲକ୍ଷେ ଓଡିଶାର ବିଭିନ୍ନ ଜିଲ୍ଲାର ୨୮ ଟି ସହରକୁ ଏନ. ଏ.ସି ଘୋଷଣା କରିଥିବାବେଳେ ୭ ଟି ଏନ.ଏ.ସି କୁ ମୁନିସିପାଲିଟି ଘୋଷଣା କରିଛନ୍ତି। ଏଥିରେ କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା ସହରକୁ ଏନ.ଏ.ସି ର ମାନ୍ୟତା ମିଳିଛି। ଏହା ଘୋଷିତ ହେବାପରେ ନର୍ଲା ଓ ଜୟପାଟଣାର ସର୍ବସାଧାରଣରେ ଖୁସିର ଲହର ଖେଳିଯାଇଛି।