March 11, 2026

ଗଞ୍ଜାମ ଏନଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ 

IMG-20250901-WA0092
Share

 

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଏନ. ଏ . ସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଙ୍କ ସଭାପତିତ୍ୱରେ ଆୟୋଜିତ ହେଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହି ଯୋଗଦେଇ ଐତିହାସିକ ପୋତାଗଡ଼ ଦୁର୍ଗରେ କଲ୍ୟାଣ ମଣ୍ଡପ, ଦାମୋଦରପୁର ଗ୍ରାମରେ କଲ୍ୟାଣ ମଣ୍ଡପ ଓ ଆଦର୍ଶ ସ୍ମଶାନ ଘାଟ ଏବଂ ସହର ସ୍ଥିତ ବଡ଼ ବଜାର ଠାରେ ଯାତ୍ରୀ ବିଶ୍ରାମଗାର ଓ ଶୌଚାଳୟ ପ୍ରମୁଖ ପ୍ରକଳ୍ପ ଗୁଡିକର ଶୁଭ ଉଦଘାଟନ କରିଥିଲେ l ତତ ସହିତ 2026 ସୁଧା ରେଳ ପୋଲ ନିକଟରେ ଋଷିକୁଲ୍ୟା ସେତୁ ନିର୍ମାଣ

କରାଯିବା ନେଇ ପ୍ରତିଶୃତି ଦେଇଥିଲେ l ସମ୍ମାନୀୟ ଅତିଥିଭାବେ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ପୂର୍ବତନ ବିଧାନସଭା ଉପ ବାଚସ୍ପତି ରାମଚାନ୍ଦ୍ର ପଣ୍ଡା ଯୋଗଦେଇଥିଲେ l

କାର୍ଯ୍ୟ ନିର୍ବାହୀ ଅଧିକାରୀ ଅପର୍ଣା ଡାଙ୍ଗୁଆ ବିବରଣୀ ପଠନ କରିଥିଲେ l ଅଧ୍ୟାପକ ଲକ୍ଷ୍ମୀ ଚରଣ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l

ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ, ଓ ବିଭିନ୍ନ କ୍ଷେତ୍ରରେ ପରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଣକୁ ସମ୍ମାନିତ କରାଯାଇଥିଲା l ଶେଷରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡ ର ସମସ୍ତ କାଉନସିଲର ମଞ୍ଚାସିନ ହୋଇଥିଲେ l କାର୍ଯ୍ୟକ୍ରମକୁ ସମସ୍ତ ଏନଏସି କର୍ମଚାରୀ ସୁପରିଚାଳନା କରିଥିଲେ l ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ସ୍ୱୟଂ ସାହାୟିକା, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l