ଆଜିର ଖବର..
୧-ଆରମ୍ଭ ହୋଇଛି ପାର୍ବଣ ରୁତୁ, ଦେବୀଙ୍କ ଆଗମନ ପୂର୍ବରୁ ଧରାପୃଷ୍ଠରେ ବିଛାଇ ହୋଇଗଲାଣି କାଶତଣ୍ଡୀର ଚାଦର।
୨-ଭୁବନେଶ୍ୱର: କଳାବଜାର,ନକଲି ସାର ବିକ୍ରୀ ଉପରେ ଚଢ଼ାଉ।୬୨ ସାର ଡିଲରଙ୍କ ଲାଇସେନ୍ସ ବାତିଲ।
୩-ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ୭ ନୂଆ ମ୍ୟୁନିସପାଲିଟି, ୧୬ ନୂଆ NAC ହେଲା ଘୋଷଣା।
୪-ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା : ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।
୫-ଆରମ୍ଭ ହେବ ନୂଆ ସେବା, ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଆମ ବସ୍ ଟିକେଟ୍।
୬-ଖଣ୍ଡଗିରି: ଗଣେଶ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ,୩ ମହିଳାଙ୍କ ସମେତ ୫ ଆହତ।
୭-କିଟ୍:ଇଣ୍ଡିଆ ଏଗେନ୍ଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ, ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ।
୮-ଭଞ୍ଜନଗର:ବାଘ ଛାଲ ଚାଲାଣ ପାଇଁ ଚାଲିଥିଲା ପୂଜା, ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କଲା ବନବିଭାଗ।
୯-ଏସସି ଏସଟି ୱେଲଫେୟାର କମିଟି ଅଧ୍ୟକ୍ଷ ଫଗନ ସିଂହ କୁଲସ୍ତେଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ।
୧୦-ପ୍ରତି ଶହେ ଜଣରେ ୩୦ ଜଣଙ୍କ ଠାରେ କିଡନି ଷ୍ଟୋନ୍ ସମସ୍ୟା ; ମସଲା ଯୁକ୍ତ ଖାଦ୍ୟ ହେଉଛି କାଳ।
୧୧-ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ। କଟକ ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ତାଙ୍କୁ ଭର୍ତ୍ତି କରାଯାଇଛି।
୧୨-ଆଜିଠାରୁ ଅପରେସନ ପ୍ରହାର ଆରମ୍ଭ, ନିଶା ମାଫିଆ ଓ ନିଶା କାରବାର କରୁଥିବା ବେପାରୀଙ୍କୁ ମିଳିବ ମୁଁହତୋଡ୍ ଜବାବ୍।
୧୩-ଭୁବନେଶ୍ୱର: ଫୁଡ୍ ଡେଲିଭରୀ ବୟର ସନ୍ଦେହ ଜନକ ମୃତ୍ୟୁ, ରେଳ ଲାଇନ୍ ରୁ ମିଳିଲା ମୃତ ଦେହ।
୧୪-ରାଜନଗର: ପଶ୍ଚିମବଙ୍ଗ ଯୁବକଙ୍କଠାରୁ ବନ୍ଧୁକ ଜବତ ଘଟଣା, ଉପକୂଳ ସୁରକ୍ଷା ଚିନ୍ତା ବଢ଼ିଲା।
୧୫-ପାଠ ପଢ଼ିଛନ୍ତି ଏମବିଏ, ହେଲେ ଡାଏରୀ ଫାର୍ମ କରି ଲାଭବାନ ହେଉଛନ୍ତି ନବରଙ୍ଗପୁରର ଇରଫାନ।ପ୍ରତିଦିନ ଉତ୍ପାଦନ ହେଉଛି ୫୦୦ ଲିଟର କ୍ଷୀର ।
୧୬-୧୨୫ ତମ ମନ୍ କି ବାତ୍ ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ।
୧୭-ନୂଆ ଦିଲ୍ଲୀ: ଚଳିତବର୍ଷ ଏଡୁକେଟ୍ ଗାର୍ଲସ NGOକୁ ମିଳିବ ମ୍ଯାଗସେସେ ପୁରସ୍କାର।
୧୮-ପୁରୁଷ ହକି ଏସିଆ କପ: ରୋମାଞ୍ଚକର ମ୍ୟାଚ୍ରେ ଜାପାନକୁ ୩-୨ ଗୋଲ୍ରେ ପରାସ୍ତ କଲା ଟିମ୍ ଇଣ୍ଡିଆ।
୧୯-ବିହାର ଭୋଟର ଲିଷ୍ଟକୁ ନେଇ କଂଗ୍ରେସର ବଡ଼ ଅଭିଯୋଗ, କହିଲା-୮୯ ଲକ୍ଷ ଆପତିକୁ ଖାରଜ କରିଛନ୍ତି EC।
୨୦-ଏକାଠି ନଜର ଆସିଲେ ପୁଟିନ, ଜିନପିଙ୍ଗ , ପିଏମ୍ ମୋଦି ଓ ଶହବାଜ ସରିଫ୍। ଆମେରିକା ସମେତ ଅନ୍ୟ ଶକ୍ତିଶାଳୀ ଦେଶ ଗୁଡ଼ିକୁ ଦୃଢ ବାର୍ତ୍ତା ଦେବାରେ କାମ କରିବ ଏହା।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
