March 10, 2026

ଧ୍ୟାନଚାନ୍ଦଙ୍କ ସ୍ମୃତିରେ କ୍ରୀଡା ପ୍ରତିଯୋଗିତା..

IMG-20250831-WA0021
Share

ବେଗୁନିଆ, ତା 31/08 ଉପାନ୍ତ ଖବର ମାନସ ରଞ୍ଜନ କର :ହକି ଜଗତର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ସ୍ମୁତିରେ ଶନିବାର ଦିନ

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ କ୍ରମେ

ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆଦେଶରେ ବେଗୁନିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ

ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ସୁରଜିତା ଦଳେଇଙ୍କ ପୌରୋହିତ୍ୟରେ ଜାତୀୟ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି ।କ୍ରୀଡା ଶିକ୍ଷକ ପ୍ରଭାତ କୁମାର ନିଶଙ୍କଙ୍କ ତତ୍ୱାବଧାନରେ ବରିଷ୍ଠ ଓ କନିଷ୍ଠ ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ 200ମି,100ମି ଦୌଡ଼, ଉଚ୍ଚ ଓ ଲମ୍ବ ଡିଆଁ, ସଟପୁଟ ଓ ଡିସ୍କସ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ବରିଷ୍ଠ ବିଭାଗ ପ୍ରତିଯୋଗିତା ଶିକ୍ଷକ

ସୂର୍ଯ୍ୟକାନ୍ତ ମହାପାତ୍ର,ପ୍ରଭାତ କୁମାର ନିଶଙ୍କ,ଶିକ୍ଷୟିତ୍ରୀ ରିସ୍ମାରଶ୍ମି ପାଇକରାୟ ଓ ସୁନିତା ପୃଷ୍ଟି ଏବଂ କନିଷ୍ଠ

ବିଭାଗ ପ୍ରତିଯୋଗିତା ଶିକ୍ଷୟିତ୍ରୀ ଆଶା ମୁର୍ମୁ,ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ସସ୍ମିତା ସାହୁ ଓ ମୋହିନୀକାନ୍ତି ଦାସ

ପରିଚାଳନା କରିଥିଲେ ।

ଉକ୍ତ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି

ରୂପେ ମା’ ବଟମୂଳବାସିନୀ ମହିଳା

ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଇନ୍ଦୁମତି ପରିଡ଼ା ମୁଖ୍ୟ ଅତିଥି , ସମ୍ପାଦିକା ସଞ୍ଜୁଲତା ସାହୁ, ସଭ୍ୟା ପ୍ରଭାତୀ ସୁବୁଦ୍ଧି ଓ ସାବିତ୍ରୀ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କ୍ରୀଡା ଓ ପୂର୍ଵ ଅନୁଷ୍ଠିତ ଖେଳ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ

ପ୍ରାପ୍ତ ହୋଇଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

ବିରଞ୍ଚି ନାରାୟଣ ସାହୁ ଓ ବିଶ୍ବରଞ୍ଜନ ପରିଡ଼ା ଏଥିରେ ସହଯୋଗ କରିଥିଲେ ।