November 26, 2024

ନୂଆଁଖାଇ ଭେଟଘାଟ ଉପଲକ୍ଷେ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ 

Share

ପଦ୍ମପୁର :- 01.09(ଜୟନ୍ତ କୁମାର ସେଠ) ରବିବାର ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ 2୬ ତମ ବୋଡାସମ୍ବର ନୁଆଁଖାଈ ଭେଟ ଘାଟ ଉପଲକ୍ଷେ ରଙ୍ଗୋଲି, ଝୋଟି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଶ୍ରୀ ଅନିଲ କୁମାର ବେହରା ମା ସମଲେଶ୍ୱେରୀ ଙ୍କ ଦୀପ ପ୍ରଜ୍ବଳନ କଲାପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ସହ ସମ୍ପାଦକ ପ୍ରତାପ ନାଥ, ଏବିସିଡି ବରିଷ୍ଠ ସଦସ୍ୟ ଲିଙ୍ଗରାଜ ସାହୁ ,ସହଦେଵ ମେହେର, ରବୀନ୍ଦ୍ର ମୋହନ ଦାଶ, ତୁଷାର ପଧାନ, ଶାନ୍ତସଂଗ୍ରାମ ଭୋଇ,ଅମୀୟ ପୁରୋହିତ,ସରୋଜ ଯୋଶୀ, ସୁମନ୍ତ ସାହୁ ଟୁନା ବାରିକ,ଅଞ୍ଜଳି ପରିଡା,ଭାଗ୍ୟଶ୍ରୀ ପାଣିଗ୍ରାହୀ, ଉପସ୍ଥିତ ରହି ସହଯୋଗ କରିଥିଲେ , ଏହି ଗାରିମାମୟ ମୁହୂର୍ତ୍ତଟି ମା ସମଲେଶ୍ୱରୀଙ୍କ ଜୟ ଧ୍ୱନି ସହ ସମଗ୍ର ପରିବେଶ ଶ୍ରୀ. ଦାଶଙ୍କ ଦୀପମଜ୍ୟୋତି ମନ୍ତ୍ର ସମଗ୍ର ପରିବେଶକୁ ମୁଖରିତ କରିଥିଲା l ରଙ୍ଗୋଲି,ଝୋଟିରେ ବିଚାରକ ଭାବେ ଦୁର୍ଗାଶିଷ ପଟ୍ଟନାୟକ,ବିଶିଷ୍ଟ ଅଭିନେତା ଜଗନ୍ନାଥ ସେଠ ଓ ଆର୍ଟ ଶିକ୍ଷକ ଚିତ୍ତରଞ୍ଜନ ସାହୁ ଏବଂ ସଂଗୀତ ବିଚାରକ ଭାବରେ ଅରୁଣା ସାହୁ,ନାଟ୍ୟକାର ଓ ସଂଗୀତଜ୍ଞ ମନୋରଞ୍ଜନ ସାହୁ, ବିଶିଷ୍ଟ ସଂଗୀତ ବିଶାରଦ ଅନ୍ତର୍ଯ୍ୟାମୀ ମେହେର ଯୋଗ ଦେଇ ବିଚାର କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ l ରଙ୍ଗୋଲି ଓ ଝୋଟି କାର୍ଯ୍ୟକ୍ରମକୁ ସହ ସମ୍ପାଦକ ପ୍ରତାପ ନାଥ ଓ ସହଦେଵ ମେହେର ସଂଯୋଜନା କରିଥିଲେ l ସଂଗୀତ ପରିଚାଳନା ରେ ଲିଙ୍ଗରାଜ ସାହୁ, ସମ୍ପାଦକ ରଘୁନାଥ ପୁରୀ ପରିଚାଲନା କରିଥିବା ବେଳେ, ଶେଷରେ ସହଦେଵ ମେହେର ଙ୍କ ଦ୍ୱାରା ଫଳାଫଳ ଘୋଷଣା କରାଗଲା ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.