March 12, 2026

ଉମରକୋଟ ପୈରପରିଷଦ ପକ୍ଷ ରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ……

IMG-20240901-WA0017
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପରିଷଦ ପକ୍ଷରୁ ଆଜି ସ୍ଵାୟତ୍ତ ଶାସନ ଦିବସ ନିରାଡମ୍ବ ସହକାରେ ପାଳନ କରା ଯାଇଥିଲା। ପୈରପରିଷଦ ପକ୍ଷ ରୁ ଆଜି ବୋଡ଼ି ଭୋରୁ ସକାଳୁ ରାମଧୁନ ସଙ୍ଗୀତ ବାଜିବା ସହ ଉମରକୋଟ ସହର ଠାରେ ଥିବା ଗାନ୍ଧି ଛକ ଠାରେ ଥିବା ମହାତ୍ମା ଗାନ୍ଧୀ, ଡଙ୍ଗରି ଗୁଡା ଠାରେ ଥିବା ସୁବାଷ ଚନ୍ଦ୍ର ବୋଷ, ଡିଏନକେ ଠାରେ ଥିବା ଗୋପବନ୍ଧୁ ଦାସ, ନୂତନ ବସଷ୍ଟାଣ୍ଡ ଠାରେ ଥିବା ଡ଼ଃ ଆମ୍ବେଦକର ଓ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ରବି ସିଂ ମାଝୀ, ଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ପୋୖରପରିଷଦ କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରା ଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷା ରାଧା ଭତ୍ର। ପତାକା କୁ ଉତ୍ତୋଳନ କରି ଥିଲେ। ଏହି ଅବସର ରେ ଅଧକ୍ଷ। ପରିଷଦ ପକ୍ଷ ରୁ ନିଆ ଯାଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀତା ବିଷୟରେ ଆଲୋକପାତ କରିବା ସହିତ ଲୋକମାନଙ୍କୁ ଉତ୍ତମ ଭାବରେ ମୌଳିକ ସେବା ଯୋଗାଇ ଦେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଓ ଉମରକୋଟ ସହର କୁ ସବୁଜ ସ୍ୱଚ୍ଛ କରିବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ବାନ କରି ଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପରିଷଦ ର ଉପାଦକ୍ଷ ସୁଧାଂଶୁ ଦାସ, ନିର୍ବାହୀ ଅଧିକାରୀ ପ୍ରୀତି ରଞ୍ଜନ ରଥ, ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବି ରାମ ନାୟକ,ସମସ୍ତକାଉନସିଲର ,ପରିଷଦର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ ,କିଛି ସ୍କୁଲ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ପରେ ପରିଷଦ ପକ୍ଷରୁ ମିଷ୍ଠାନ ବଣ୍ଟନ କରାଯାଇଥିଲାl ଆଜି ଏହି ଅବସର ରେ ୨୫ଜଣ ଗରିବ ଲୋକ ଙ୍କୁ କମ୍ବଳ ଓ ଫଳ ବଣ୍ଟନ କରା ଯାଇଥିଲା। ସେହି ପରି ପରିଷଦ ପକ୍ଷରୁ 94 ଜଣ ହିତାଧିକାରୀ ଙ୍କୁ ମଧୁ ବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରା ଯାଇଥିଲା ଓ ପୁରୁଷ ସଫେଇ କର୍ମଚାରୀ ଙ୍କୁ ପୋଷାକ ଓ ମହିଳା ସଫେଇ କର୍ମଚାରୀ ଙ୍କୁ ଶାଡି ବଣ୍ଟନ କରାଯାଇଥିଲା।