November 26, 2024

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କଂସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସଦାନନ୍ଦ ପୁରୋହିତ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଶ୍ରୀ ଭକ୍ତ ପ୍ରସାଦ କାରେ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବରେ ଶ୍ରୀ ଲୋକନାଥ ଭୋଇ (ଗୋଷ୍ଠି ଶିକ୍ଷା ଅଧିକାରୀ ରାଜ ବୋଡାସମ୍ବର) ସମ୍ମାନିତ ଅତିଥି ଭାବର ଶ୍ରୀ ଆନନ୍ଦ କୁମାର ବେହେରା (ସରପଞ୍ଚ କଂସର ଗ୍ରା:ପ), ଶ୍ରୀ ଶିବ ପ୍ରସାଦ ଯୋଶୀ ଏ. ବି.ଇ.ଓ,ପଦ୍ମପୁର, ଶ୍ରୀ ଜୟ କୁମାର ସାହୁ ଏ, ବି. ଇ. ଓ ଗାଇସିଲେଟ ଯୋଗଦାନ କରିଥିଲେ l ସଭାରେ ମଞ୍ଚ ପରିଚାଳନ ଶ୍ରୀ ବୀର କିଶୋର ସାହୁ, ମାନପତ୍ର ପଠନ ଶ୍ରୀମତୀ ମଧୁସ୍ମିତା କର, ସ୍ୱାଗତ: ଶ୍ରୀମତୀ ଆରତୀ ବେହେରା, ମନ୍ତ୍ର ପାଠ ଓ କାର୍ଯ୍ୟକ୍ରମ ପ୍ରବନ୍ଧନ : ଶ୍ରୀ ରୁଦ୍ର କୁମାର ସାହୁ ଓ ଶ୍ରୀ ଲଳିତ ମୋହନ ଦାଶ ଏବଂ ଶ୍ରୀମତୀ ଭାରତୀ କଣ୍ଟା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ଅତିଥି ମଧ୍ଯରେ ଶ୍ରୀ ଟିକୁନୁ ସାହୁ, ଶ୍ରୀ ମନୋଜ ପଣ୍ଡା, ଶ୍ରୀ ଅଶୋକ ପାଣିଗ୍ରାହୀ, ଶ୍ରୀ ଅଶୋକ ବହିଦାର ଯୋଗ ଦେଇଥିଲେ lଶେଷରେ ସ୍କୁଲ ର ସମସ୍ତ ଛାତ୍ର/ଛାତ୍ରୀ, ଗ୍ରାମବାସୀ, ଅଭିଭାବକ/ଅଭିଭାବିକା, ପୁରାତନ ଛାତ୍ର ମିଶି ଫୁଲ ତୋଡ଼ା, ଉପ ଢ଼ୋକନ, ମାନପତ୍ର ଦେଇ ଶ୍ରୀ ପୁରୋହିତ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ l ଶ୍ରୀ ପୁରୋହିତ ମଧ୍ଯ ଚାକିରୀ ଶେଷ ଦିନରେ ଛାତ୍ର/ଛାତ୍ରୀ ଓ ସହକର୍ମୀ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ଭଲ ପାଇବା ଦେଖି ଭାବ ବିହୋଲ ହୋଇ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.