September 22, 2026

ଅନୁଗୋଳରେ ଆରମ୍ଭ ହେଲା ଏଆଇ-ଆଧାରିତ ଇ-ଚାଲାଣ ବ୍ୟବସ୍ଥା, ପ୍ରଥମ ଦିନରେ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ

IMG-20260801-WA0048
Share

 

 

ଅନୁଗୋଳ: ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଏବଂ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଏଆଇ (AI) ଆଧାରିତ ଇ-ଚାଲାଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ମୋଟର ଯାନ ଆଇନର ଧାରା ୧୯୪(ସି) ଓ ୧୯୪(ଡି) ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରାଯାଉଛି।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ହିଁ ୧୦୦ରୁ ଅଧିକ ଟ୍ରାଫିକ୍ ଉଲ୍ଲଂଘନ ଚିହ୍ନଟ ହୋଇଥିବା ବେଳେ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ନିକଟକୁ ଇ-ଚାଲାଣ ପଠାଯାଇଛି। ଅନୁଗୋଳ ପୋଲିସ ସମସ୍ତ ଯାନଚାଳକଙ୍କୁ ଟ୍ରାଫିକ୍ ନିୟମ ମାନିବା, ଦୁଇଚକିଆ ଯାନ ଚଳାଇବା ସମୟରେ ନିଶ୍ଚିତ ଭାବେ ହେଲମେଟ୍ ପିନ୍ଧିବା ଏବଂ ଦାୟିତ୍ୱର ସହ ଗାଡ଼ି ଚଳାଇ ସଡ଼କ ସୁରକ୍ଷା ବଜାୟ ରଖିବାକୁ ଅନୁରୋଧ କରିଛି।

You may have missed