March 12, 2026

ଆସନ୍ତା ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ ସରକାରୀ ବିଦ୍ୟାଳୟ A1 ଗ୍ରେଡ୍ ବୃ୍ଦ୍ଧି ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କ ଅଭିନବ ପ୍ରୟାସ ‘ଶ୍ରେଷ୍ଠ’ 

IMG-20250801-WA0079
Share

 

 

 

 

ବେଲଗୁଣ୍ଠା, ୦୧/୦୮,ଆସନ୍ତା ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ ବୃଦ୍ଧି ପାଇବ A1 ଗ୍ରେଡ଼ ଛାତ୍ରଛାତ୍ରୀଙ୍କ ସଂଖ୍ୟା I ଏନେଇ ଅଭିନବ ପ୍ରୟାସ ‘ଶ୍ରେଷ୍ଠ’ କାର୍ଯ୍ୟକ୍ରମ ନିମନ୍ତେ ସ୍ଵୟଂ ଅଣ୍ଟା ଭିଡିଛନ୍ତି ବେଲଗୁଣ୍ଠା ଏବଂ ଭଞ୍ଜନଗର ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ I ସୂଚନା ପ୍ରକାରେ ‘ଶ୍ରେଷ୍ଠ’ ହେଉଛି School’s Report on Educational Screening Towards Highest Achievement I ଶ୍ରେଷ୍ଠର ଲକ୍ଷ୍ୟ ହେଉଛି ଆଗାମୀ ଦଶମଶ୍ରେଣୀ ସାର୍ଟିଫିକେଟ୍ ପରୀକ୍ଷାରେ ଉଭୟ ବେଲଗୁଣ୍ଠା ଏବଂ ଭଞ୍ଜନଗର ବ୍ଳକ୍ ରା ସରକାରୀ ବିଦ୍ୟାଳୟରୁ ଅତି କମରେ ପାଞ୍ଚୋଟି ଲେଖାଏଁ A1 ଛାତ୍ରଛାତ୍ରୀ ସୃଷ୍ଟି କରିବା l ଏହି କାର୍ଯ୍ୟକ୍ରମ ଅନୁସାରେ ଚଳିତ ବର୍ଷ ଅଗଷ୍ଟ, ସେପ୍ଟେମ୍ବର ଏବଂ ଜାନୁୟାରୀ ମାସର ମଧ୍ୟ ଭାଗରେ ବ୍ଳକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟର A1 ଆଶାର୍ଥୀ ଛାତ୍ରଛାତ୍ରୀଙ୍କୁ ଛଅଟି ବିଷୟରେ ଗୋଟିଏ ସ୍ଥାନରେ ସ୍କ୍ରିନିଂ କରାଯିବ l ଯାହାଦ୍ୱାରା ବ୍ଳକ୍ ର ସମସ୍ତ A1 ଆଶାର୍ଥୀ ଗୋଟିଏ ସ୍ଥାନରେ ପରୀକ୍ଷା ଦେଲେ ତାଙ୍କ ମନରେ ପ୍ରତିଯୋଗିତା ମନୋଭାବ ମଧ୍ୟ ବଢିବ l

ଏହା ସହିତ ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ଛଅ ବିଷୟର ଛଅ ଜଣ ସମ୍ବଳ ଶିକ୍ଷକ ଏବଂ ପ୍ରତ୍ୟକ ବିଦ୍ୟାଳୟର ଆଶାର୍ଥୀ A1 ବିଦ୍ୟାର୍ଥୀଙ୍କୁ ନେଇ ‘ଶ୍ରେଷ୍ଠ’ ନାମକ ଏକା ହ୍ୱାଟ୍ସଆପ୍ ଗ୍ରୁପ୍ କରାଯିବ l ସେହି ଗ୍ରୁପ୍ ରେ ପ୍ରତ୍ୟକ ଦିନ ଛଅ ଜଣ ସମ୍ବଳ ଶିକ୍ଷକଙ୍କ ଦ୍ୱାରା ଛଅଟି ବିଷୟରୁ ଛଅଟି ପ୍ରଶ୍ନ ସେୟାର କରାଯିବ l ସେହି ପ୍ରଶ୍ନର ଉତ୍ତରକୁ ପ୍ରସ୍ତୁତ କରି ବିଦ୍ୟାର୍ଥୀ ତାପରଦିନ ବିଦ୍ୟାଳୟରେ ଲେଖି ବିଦ୍ୟାଳୟର ଶିକ୍ଷକଙ୍କ ଦ୍ୱାରା ସଂଶୋଧନ କରାଇବେ l ଏହା ଦ୍ୱାରା ପିଲାଙ୍କର ସବୁଦିନ ଲେଖିବାର ଅଭ୍ୟାସ ରହିବା ସାହିତ ଗୋଟିଏ ମାସରେ ଗୋଟିଏ ବିଷୟରେ ଶିକ୍ଷାର୍ଥୀ ୩୦ ଟି ପ୍ରଶ୍ନର ଉତ୍ତର ଅଭ୍ୟାସ କରି ପାରିବେ I ଏହି ଭଳି ଭାବରେ ବର୍ଷ ଶେଷକୁ ବହୁତ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ଅଭ୍ୟାସ ସହ ଶିକ୍ଷାର୍ଥୀଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ I ଆଜି ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ରଥଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଳକ୍ ରା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏହିଭଳି ପ୍ରୟାସକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ