ଗଙ୍ଗା ଜଳରେ କାଦୋବାହାଲରେ ଜଳଶାୟୀ
ସୁରେନ୍ଦ୍ର କଠାର ,ବରଗଡ
ସୁଦୂର ସୁଲତାନଗଞ୍ଜ ଗଙ୍ଗା ନଦୀରୁ ଜଳ ଆଣି ଆସନ୍ତା ୪ ତାରିଖ ସୋମବାର ଦିନ ଅତାବିରା ବ୍ଲକ ଅଧିନ ନାଇକେନପାଲି କାଦୋବାହାଲ ସ୍ବପ୍ନେଶ୍ବର ବାବା ମନ୍ଦିରରେ ଗଙ୍ଗା ଜଳଶାୟୀ କରାଯିବ |ଏହି ଗଂଗା ଜଳ ଆଣିବାରେ ସଂପୂର୍ଣ୍ନ ଭାବେ ସହଯୋଗ କରିଛନ୍ତି ଅତାବିରା ବ୍ଲକର ଭାଇସଚେୟାରମ୍ୟାନ ଅନନ୍ତ ମେହେର,କାଦୋବାହାଲ ସରପଂଚ ଗିରିଧାରୀ ପ୍ରଧାନ,ଚନ୍ଦ୍ର ମେହେର,ଯୋଗେଶ ପଶାୟତ,ଚୈତନ୍ୟ ମେହେର,ଦିବାକର ମେହେର,ନୀଳାମ୍ବର ମେହେର,ନନ୍ଦିଘୋଷ ମେହେର,ଦେବାନନ୍ଦ ମେହେର,ବ୍ୟାସଦେବ ମେହେର,ସୁଧିର ସାହୁ,ଅଶ୍ବିନୀ ଦୀପ,କାଳିଆ ମାଝି,ତିଜରାମ ୟାଦବ,ଗୋପାଳ ରାଉତ ଓ ପଣ୍ଡିତ ମନୋଜ ଦେବତା |ସର୍ବ ପ୍ରଥମେ ପଣ୍ଡିତ ବାଲୁକା ଲିଂଗ କୁ ଗଂଗା ଜଳାଭିଷେକ କରି ଜଳ ଆଣିଛନ୍ତି |ଜଳଶାୟୀରେ ଶ୍ରଦ୍ଦାଳୁ ଭକ୍ତକଂ ସମାଗମ ହେବ |
