March 10, 2026

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବଲପୁରୀ ଦିନ୍

IMG-20250801-WA0054
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଆଜି ଶୁକ୍ରବାର ଅପରାହ୍ନ ୪ଟା ସମୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କବି ସ୍ବର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ତିଥି ଅବସରରେ ତିହାର କଳାପରିଷଦ ତରଫରୁ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ଭାବେ ଜିଲା ବିଜେପି ସଭାପତି ଡାକ୍ତର ଅରୂପାନନ୍ଦ ସାହୁ,ସିଡିପିଓ ଉର୍ମିଳା ପରିଡା,ତହସିଲଦାର କେ ରିଚି କୁମାର ମଂଚାସୀନ ଥିଲେ |କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅର୍ଚ୍ଚନା ବାଗ,ତିହାର କଳାପରିଷଦ ତରଫରୁ କଳାକାର ଅଷ୍ଟମୀ ଦୀପ,ନିମାଇଁ ମହାପାତ୍ର, କ୍ଷେତ୍ରମହନ ଗଡତିଆ କୁ ସମ୍ମାନୀତ କରାଯାଇଥିଲା |ଲକ୍ଷ୍ମି ମହାପାତ୍ର ସମ୍ବଲପୁରୀ ଦିନର ମହତ୍ବ ସମ୍ପରକରେ ଆଲୋକପାତ କରିଥିଲେ |ଏହି ଅବସରରେ ସମ୍ବରପୁରୀର ବିଭିନ୍ନ ପ୍ରକାରର ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମନୋଜ କୁମାର ଭୋଇ,ଶଂକର ବାରିକ,ଜ୍ୟୋତି କାଣ୍ଡ,ଆଲିସା ମିଶ୍ର,ବଳରାମ ସାହୁ