ଗାର୍ଲସ୍ ହାଇସ୍କୁଲର ଜୁନିୟର୍ ଆସିଷ୍ଟାଣ୍ଟଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା : ତା ୦୧/୦୭/୨୫ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତା ଜୁନିୟର ଆସିଷ୍ଟାଣ୍ଟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସିଆରସିସି କିରଣ ବାଳା ତ୍ରିପାଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମଞ୍ଚାସୀନ ରହିଥିବା ବେଳେ ଏ ଅବସରରେ ଅବସରପ୍ରାପ୍ତା ଜୁନିୟର ଆସିଷ୍ଟାଣ୍ଟ ସୁକାନ୍ତି ରାଜଗୁରୁଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଗତ ୨୬ ନଭେମ୍ବର ୨୦୧୦ରୁ ଉକ୍ତ ଶିକ୍ଷାନୁଷ୍ଠାନରେ ଜୁନିୟର ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଏବଂ ୨୦୨୫ ଜୁଲାଇ ଶେଷ ଦିବସରେ ଅବସର ଗ୍ରହଣ କରିବା କାଳ ମଧ୍ୟରେ ନିଜର କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଏବଂ ବିନମ୍ରତା ଗୁଣ ପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଏ ଅବସରରେ ବିଦ୍ଯାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରୀମାନେ ମଧ୍ୟ ସ୍ବ ସ୍ବ ବକ୍ତବ୍ୟରେ ବିଦାୟୀ ଜୁନିୟର ଆସିଷ୍ଟାଣ୍ଟଙ୍କ ଭୂୟସୀ ପ୍ରଶଂସା କରିଥିଲେ।
