November 15, 2024

ଶୁଖିଲା ପଡ଼ିଛି ଚାଷ ଜମି; ପାଣି ପାଇଁ ଗ୍ରାମବାସୀଙ୍କ ଆନ୍ଦୋଳନ

Share

 

ବେଲଗୁଣ୍ଠା, 01/08, ବର୍ତ୍ତମାନ ହେଉଛି ଧାନ ରୂଆର ସମୟ I କିନ୍ତୁ ସ୍ଵଳ୍ପ ବୃଷ୍ଟି ଯୋଗୁଁ ଅଧିକାଂଶ ଜମିରେ ବର୍ତ୍ତମାନ ସୁଦ୍ଧା ରୁଆ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଦେଖିବାକୁ ମିଳିଛି I ଏହିଭଳି ପରିସ୍ଥିତିରେ ବେଲଗୁଣ୍ଠା ବ୍ଳକ୍ ସାନ ଦୋଡ଼ଙ୍ଗା ଗ୍ରାମ ବାସୀ ପାଣି ପାଇଁ ଆନ୍ଦୋଳନକୁ ଓହ୍ଳାଇଥିବା ଦେଖିବାକୁ ମିଳିଛି I ବେଲଗୁଣ୍ଠା ବ୍ଳକ୍ ର ମାଧବରୀଡା ଠାରେ ବଡ଼ ନଦୀ, ବଡ଼ ନଦୀ ଏବଂ ଲୋହରାଖଣ୍ଡି ନଦୀର ଜଳକୁ ନିୟନ୍ତ୍ରଣ କରିବା ପାଇଁ ବ୍ରିଟିଶ୍ ଅମଳରୁ ତିଆରି ହୋଇଛି ମାଧବରୀଡା ଆନିକଟ ପ୍ରକଳ୍ପ I ଏଠାରୁ କେନାଲ୍ ଯୋଗେ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକର ଚଷା ଜମିକୁ ଜଳ ଯୋଗାଇଦିଆଯାଇଥାଏ I ବେଲଗୁଣ୍ଠା ବ୍ଳକ୍ ସାନ ଦୋଡ଼ଙ୍ଗା ଗ୍ରାମର ଚାଷୀମାନେ ମଧ୍ୟ ଏହି କେନାଲ୍ ଜଳ ଉପରେ ନିର୍ଭର କରିଥାନ୍ତି I କିନ୍ତୁ ଚଳିତ ବର୍ଷ ଆବଶ୍ୟତ ପରିମାଣର ଜଳ କେନାଲ୍ ରେ ଛଡ଼ା ଯାଇନଥିବା ଯୋଗୁଁ ଗ୍ରାମବାସୀଙ୍କ ମୁଣ୍ଡରେ ଚଡକ ପଡିଛି I ଆବଶ୍ୟକ ପରିମାଣର ବର୍ଷା ମଧ୍ୟ ହେଉନଥିବା ଯୋଗୁଁ ଗ୍ରାମବାସୀଙ୍କ ଜମି ବର୍ତ୍ତମାନ ସୁଦ୍ଧା ପଡ଼ିଆ ପଡିଛି I ଏନେଇ ସାନ ଦୋଡ଼ଙ୍ଗା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଚାଷ ପାଇଁ କେନାଲ୍ ରେ ଜଳ ଛାଡ଼ିବା ଜିଦ୍ ରେ ଆଜି ମାଧବରୀଡା ସ୍ଥିତ କ୍ଷୂଦ୍ର ଜଳ ସେଚନ ବିଭାଗ ଠାରେ ଆନ୍ଦୋଳନ କରିଛନ୍ତି I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ