ବୁଗୁଡ଼ା ବଡଦାଣ୍ଡରେ ଶ୍ରୀ ଜଗନ୍ନାଥ ଭଜନ ସମାରୋହ

ବୁଗୁଡ଼ା : ତା ୦୧/୦୭/୨୫: ବୁଗୁଡ଼ା ବଡଦାଣ୍ଡସ୍ଥିତ ବିରଞ୍ଚି ନାରାୟଣ ମନ୍ଦିର ସମ୍ମୁଖରେ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଦିନରୁ ଶ୍ରୀ ଜଗନ୍ନାଥ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି । ବିରଞ୍ଚି ନାରାୟଣ ମଠାଧୀଶ ଭକ୍ତରାମ ଦାସ ଏହି ଭଜନ ସମାରୋହକୁ ଉଦଘାଟନ କରିଥିବା ବେଳେ ଏଥିରେ କଣ୍ଠଶିଳ୍ପୀ ନିତ୍ୟାନନ୍ଦ ସାହୁ,ରସନା ପ୍ରଧାନ, ମୃତ୍ଯୁଞ୍ଜୟ ହୋତା , ସଞ୍ଜୟ କୁମାର ଷଡଙ୍ଗି, ବସନ୍ତ ବିଷୋୟୀ, ଆଲୋକ କୁମାର ପୃଷ୍ଟି , ଜୀବନ ସଂଗ୍ରାମ ହୋତା , ଝରଣା ବିଷୋୟୀ ,ସନ୍ଧ୍ଯାରାଣୀ ସାହୁ , ସୁରେନ୍ଦ୍ର ନାଥ ପାଣି , ଗଣେଶ ନାୟକ, କେଦାର କୁମାର ବେହେରା , ରଞ୍ଜିତ କୁମାର ପୃଷ୍ଟି , ଗୌରହରି ସାହୁ, ଦେବକୀ ସାହୁ , ଶଙ୍କର ସେଠୀ , ମାନସ ରଞ୍ଜନ ହୋତା , କାହ୍ନୁ ଚରଣ ଘଡେଇ ,ମୀନକେତନ ସାହୁ , ବଂଶୀଧର ଗୌଡ , ରବିନ୍ଦ୍ର ନାଥ ସାହୁ , ଦୁର୍ଗା ପ୍ରସାଦ ଦାଶ , ଅମିତ ଗୌଡ , ଦିବାକର ମିଶ୍ର , ଯୁକ୍ତାରାଣୀ ସାହୁ ପ୍ରମୁଖ ଭଜନ ପରିବେଷଣ କରୁଛନ୍ତି । ଉକ୍ତ ଅଷ୍ଟ ଦିବସୀୟ କାର୍ଯ୍ୟକ୍ରମକୁ ହରିହର ସ୍ବାଇଁ , ରବିନ୍ଦ୍ର କୁମାର ବେହେରା, ଶୁକୁଟା ଡାକୁଆ , ଗୌରହରି ସାହୁ , ଶିବ ନାୟକ ଓ ଦିଲ୍ଲୀପ ସ୍ବାଇଁ ପ୍ରମୁଖ ପରିଚାଳନା କରୁଛନ୍ତି । ପବିତ୍ର ଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ ହୋଇଥିବା ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରୋତାଙ୍କ ସମାବେଶ ଦେଖିବାକୁ ମିଳୁଅଛି ।
