July 8, 2024

ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା

Share

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ ଥାନାରେ ନୂତନ ଅପରାଧୀକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିସ ବିଶିଙ୍କ ନିର୍ଦ୍ଦେଶ କ୍ରମେ ରାମନାଗୁଡା ଭାରାପ୍ରାପ୍ତ ଥାନା ଅଧିକାରୀ ଜଳନ୍ଧର ସେଠୀଙ୍କ ନେତୃତ୍ୱରେ ବୈଠକରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୈାରଭ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର,ଏସ ଆଇ ବାବୁଲା ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ ପ୍ରମୁଖ ମଞ୍ଚାସିନ ରହିଥିଲେ। “ନୂତନ ଭାରତ ନୂତନ ଆଇନ”। ପୁରୁଣା ଆଇନ ସଂଶୋଧନ କରାଯାଇ ଆଜି ଠାରୁ ନୂତନ ଆଇନ ଲାଗୁ କରାଯାଉଛି। ଏଥିରେ ଆଇପିସି,ଏଭିଡ଼େନ୍ସ ଆକ୍ଟ,ସିଆରପିସିକୁ ସମ୍ପୂର୍ଣ୍ଣ ବଦଳ କରାଯାଇ ଇଣ୍ଡିଆନ ପେନାଲ କୋଡ଼ ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, କୋଡ଼ ଅଫ୍ କ୍ରିମିନାଲ ପ୍ରୋସିଜିଓର ୧୯୬୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଡ଼େନ୍ସ ଆକ୍ଟ ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଆଜି ଠାରୁ ଲାଗୁ କରାଯାଇଥିବା ନେଇ ସଚେତନତା କରାଯାଇଛି ।ପରିଶେଷରେ ଏହି ନୂତନ ଆଇନକୁ ନେଇ ବରିଷ୍ଠ ନାଗରିକ ମାନେ ଏନେଇ ଆଇନ ସମ୍ବନ୍ଧୀୟ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସରୋଜ କୁମାର ଦାଶ, ହ୍ୟୁମାନ ରାଇଟ ଇଣ୍ଡିଆ ର ବ୍ଲକ୍ କନ୍ଭନର୍ ନରସିଂହ ମାଣ୍ଡାଙ୍ଗି, ବରିଷ୍ଠ ନାଗରିକ ଭି କୁମାର ସ୍ବାମୀ, ଲଳିତ ମୋହନ ନନ୍ଦ,ରାମନାଗୁଡା ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋରୀପ୍ରସାଦ ପଣ୍ଡା , ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ୍ ସିଲଭେଷ୍ଟାର୍ ସୋରେନ୍ ପ୍ରମୁଖ ଉପସ୍ଥିତ ରହି ଏହି ନୂତନ ଆଇନ୍ ର ବିଶେଷତ୍ଵ ବିଷୟରେ ଆଲୋଚନା କରିଥିଲେ ।ଏଥିରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।। ପରିଶେଷରେ ଏସ ଆଇ ବାବୁଲା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।।

ରିପୋର୍ଟ ସଞ୍ଜୀବ କୁମାର ଦାଶ