November 26, 2024

ଦେଶକୁ ପ୍ଲାଷ୍ଟିକ ମୁକ୍ତକୁ ସମର୍ଥନ କରି 6 ରାଜ୍ୟ ଭ୍ରମଣରେ ବାହାରିଲେ ୭ ଜଣ ଯୁବକ ଓ ଯୁବତୀ

Share

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ – ସମ୍ପ୍ରତି କେଂଦ୍ର ସରକାର ଦେଶ କୁ ଏକ ପ୍ଲାଷ୍ଟିକ ମୁକ୍ତ ଦେଶ ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହାକୁ ସମର୍ଥନ କରି ଉମରକୋଟ ର ୭ ଜଣ ଯୁବକ ଓ ଯୁବତୀ କାଶ୍ମୀର ଠାରୁ କନ୍ୟ। କୁମାରୀ ପର୍ଭ୍ରୟ୍ୟନ୍ତ ଭ୍ରମଣ କରି ଦେଶ କୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କୁ ପ୍ରଚାର ଓ ପ୍ରସାର କରିବା ପାଈଁ ବାହାରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର କିଛି ଯୁବକ ଓ ଯୁବତୀ ଗତ କିଛି ମାସ ତଳେ ପ୍ରଥମ ପର୍ଯ୍ୟାୟରେ ଉମରକୋଟରୁ ବାଇକରେ ବାହାରି 9ଟି ରାଜ୍ୟ ଭ୍ରମଣ କରି ଲଦାଖ ପର୍ଯ୍ୟନ୍ତ ଯାଇ ଫେରିଥିଲେ।ପୁଣି ଆଜି ଉମରକୋଟର ଗୌରବ ବରମନ, ଯତୀନ କୁମାର ପଟନାୟକ, ବିନୟ ମଣ୍ଡଲ, ନାନୁ ପାଣିଗ୍ରାହୀ, ଭାଗୀ, କାଳୁ, ଜେମ୍ସ ଓ ବର୍ଷା ପଟନାୟକ ଏକତ୍ର ହୋଇ 7ଟି ବାଇକରେ ଉମରକୋଟ ନୂତନ ବସ ଷ୍ଟାଣ୍ଡରୁ ବାହାରି ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଏହି 6ଟି ରାଜ୍ୟ ଭ୍ରମଣ କରିବାର ଲକ୍ଷ୍ୟ ରଖିଛନ୍ତି। ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ସମର୍ଥନ କରି କୋରାପୁଟିଆ ଭାଷାରେ ଉମରକୋଟ ସହରର ଯୁବକ ମାନେ ଏକ ସଙ୍ଘ ନିର୍ମିତ କରିଛନ୍ତି।ଉକ୍ତ ସଙ୍ଘର ନାମ କୋରାପୁଟିଆ ଭାଷାରେ ଜରିବେଟୁ ସଙ୍ଘ ନାମରେ କିଛି ଯୁବକ ଅଞ୍ଚଳର ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ସଂଜୀବ ସୁବୁଦ୍ଧି, ଆବାସ ସୁଫି, ସୁନୀଲ ଯାଦବ, ଏମ ଅବିନାଶ, ଜେନୁଲ ଶେଖ, କାଳୁ ପାହାଡି,ଏମ ,ପେଣ୍ଡ୍ର। ରାଓ ପ୍ରମୁଖ ଯୋଗ ଦେଇ ଏହି ଅଭିଯାନର ପତାକା ଦେଖାଇ ଏହାର ଶୁଭାରମ୍ଭ କରି ଛନ୍ତୀ। ଆଜି ଏହି ୭ ଜଣ ଛତିଶଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed