March 10, 2026

ନୂତନ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀଙ୍କ ଯୋଗଦାନ

IMG-20250601-WA0045
Share

 

ମାଲକାନଗିରି–ମାଲକାନଗିରି ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଭାବେ ଗୁପ୍ତ ମାଡ଼ି ଗତ କାଲି ଯୋଗ ଦେଇଛନ୍ତି। ପୂର୍ବରୁ ଏହି ପଦବୀରେ ମନସ୍ବିନୀ ସେଠି ଦାୟିତ୍ଵ ନିର୍ବାହ କରୁଥିଲେ ‌। ତାଙ୍କର ଅନ୍ୟତ୍ର ବଦଳି ହୋଇ ଯାଉଛି।

ଶ୍ରୀମାଡି ପୂର୍ବରୁ ମାଲକାନଗିରି କର୍ମ ନିୟୋଜନ ସଂସ୍ଥାରେ କନିଷ୍ଠ ଅଧିକାରୀ ଭାବେ ଦାୟୀତ୍ବ ତୁଲାଉଥିଲା ବେଳେ ସେ ପଦୋନ୍ନତି ପାଇ କୋରାପୁଟ କୁ ବଦଳି ହୋଇ ଥିଲେ। ସେଠାରୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଭାବେ ଦାୟୀତ୍ବ ନିର୍ବାହ କଲା ପରେ କଳାହାଣ୍ଡିର ଭବାନୀପାଟଣା ରେ

ଯୋଗ ଦେଇ ପୁନଶ୍ଚ କେନ୍ଦ୍ରାପଡ଼ା ଜିଲ୍ଲା କୁ ବଦଳି ହୋଇ ଥିଲେ।

ବର୍ତ୍ତମାନ କେନ୍ଦ୍ରାପଡା ରୁ ବଦଳି ହୋଇ ମାଲକାନଗିରି ଜିଲ୍ଲାରେ

ଅର୍ଥାତ ତାଙ୍କ ପୁରୁଣା କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି।

ଗତ କାଲି ନୂତନ ଅଧିକାରୀ ଭାବେ ଶ୍ରୀମାଡିଙ୍କୁ କର୍ମଚାରୀମାନେ ଫୁଲ ତୋଡା ଦେଇ ସ୍ବାଗତ କରିଥିବା ବେଳେ

ମନସ୍ବିନୀ ସେଠି ଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରୀ ମାଡି ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଉତ୍ତମ ସେବା ଯୋଗାଇଥିବା ବେଳେ ବର୍ତ୍ତମାନ ପୁନଃଶ୍ଚ ନିଜ କର୍ମ ଭୂମି

ତଥା ଜନ୍ମ ଭୂମିକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି।

(ରିପୋର୍ଟ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)