March 8, 2026

ଗଜପତି: ଶବ ସତ୍କାର ପାଇଁ ଯାଇ ମହେନ୍ଦ୍ରତନୟା ନଦୀ ରେ ଭାସିଗଲେ ବୃଦ୍ଧ ..

IMG-20250601-WA0036
Share

 

 

ପାରଳାଖେମୁଣ୍ଡି(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଦୁଃଖଦ ଖବର ହସ୍ତଗତ ହୋଇଛି।ଶବଦାହ ପାଇଁ ଯାଇଥିବା ଜଣେ ବୃଦ୍ଧ ମହେନ୍ଦ୍ର ତନୟା ନଦୀରେ ଗତକାଲି ଆଜି ଖବର ଲେଖିବା ସୁଦ୍ଧା ନିଖୋଜ ଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୋଷାଣି ବ୍ଲକ ମାଛମରା ଗ୍ରାମରେ ଏହି ଘଟଣା ଘଟିଛି. ଶବଦାହ ପାଇଁ ଯାଇଥିବା ଜଣେ ବୃଦ୍ଧ ମହେନ୍ଦ୍ର ତନୟା ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ସେ ହେଲେ ଉକ୍ତ ଗ୍ରାମର ମାମିଡି ସାବରେୟା ମାମିଡି ଗ୍ରାମର ଜଣେ ବୃଦ୍ଧାଙ୍କ ମୃତଦେହ ସତ୍କାର କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଯାଇଥିଲେ । ମୃତଦେହ ସତ୍କାର ପରେ ମହେନ୍ଦ୍ରତନୟା ନଦୀରେ ଗାଧେଇବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ । ପ୍ରଥମେ ଗ୍ରାମବାସୀ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ନ ମିଳିବାରୁ ଗୁରାଣ୍ଡି ଥାନା ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନା ଓ ପୁଲିସ୍ ଗତକାଲି ସନ୍ଧ୍ୟା ସମୟରେ ପ୍ରାୟ ତିନି ଘଣ୍ଟା ଧରି ଖୋଳିବା ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ରାତ୍ର ଯୋଗୁଁ ଘନ ଅନ୍ଧକାର ଘଟିବା ଯୋଗୁଁ ଖୋଜିବା କାମ ସ୍ଥଗିତ ରହିଥିଲା। ଆଜି ପୁଣି ଥରେ ଖୋଜାଖୋଜି କାମ ଆରମ୍ଭ କରାଯାଇଛି। ହେଲେ ଖବର ଲେଖିବା ସମୟ ସୁଦ୍ଧା ନିଖୋଜ ବୃଦ୍ଧଙ୍କ କୌଣସି ପତ୍ତା ମିଳିନାହିଁ।