June 3, 2025

ବାଇକ୍ କାର ମୁହାଁମୁହିଁ ଧକ୍କା , ବାଇକ୍ ଆରୋହୀ ୩ ଜଣ ଗୁରୁତର ..

Share

     କାର୍ ବାଇକ ମୁହାଁମୁହିଁ ଧକ୍କାରେ ୩ ବାଇକ ଆରୋହୀ ଗୁରୁତର।ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ହାଟପଦା ଠାରେ ଘଟିଛି ଏଭଳି ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା l ସୂଚନା ପ୍ରକାରେ ବାଇକ ଆରୋହୀ ତିନିଜଣ ଚାନ୍ଦିପୁଟ ଠାରୁ ନିଜ ଗାଁ ମାଣିକପୁର ଯାଉଥିବା ବେଳେ ବିପରୀତ ଦିଗରୁ ଏକ କାର ଆସୁଥିଲା l ଭାରସାମ୍ୟ ହରାଇ ହାଟପଦା ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା l ଯାହା ଫଳରେ ବାଇକରେ ବସିଥିବା ତିନିଜଣ ଗୁରୁତର ହୋଇପଡ଼ିଥିଲେ l ବାଇକ ଆରୋହୀ ୩ ଜଣ ହେଲେ ମୋହନା ଥାନା ମାଣିକପୁର ଗ୍ରାମର ସୁକଦେବ ପାଇକ,ଜଗବନ୍ଧୁ ପାଇକ ଓ

ଲିଟୁ ଦଳାଇ lସମସ୍ତଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା l ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ।ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ଉଭୟ ଗାଡ଼ିକୁ ଜବତ କରିଛି l

You may have missed