June 3, 2025

ଭାଗବତ ପ୍ରଚାର ସମିତି ତରଫରୁ ମାନସ ”ଭକ୍ତି ଅର୍ଘ୍ୟ ”

Share

ଛତ୍ରପୁର -୧/୬/୨୦୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ପଂଚାୟତ ର ମଲ୍ଲିକେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପ୍ରଚାର ସମିତି ବିପୁଲିଙ୍ଗିର କର୍ମକର୍ତା ଙ୍କ ଦ୍ଵାରା ଶୀତଳ ଷଷ୍ଠୀ ନିମନ୍ତେ ସାମୁହିକ ରାମ ଚରିତ ମାନସ ପାରାୟାଣ ଓ ଶିବାର୍ଚ୍ଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ କୁ ଭାଗବତ ପ୍ରଚାର ସମିତି ର ସଭାପତି ଶ୍ରୀ ସତ୍ୟ ନାରୟଣ ଆଚାର୍ଯ୍ୟ ଓ ସମ୍ପାଦକ ମନୋଜ ପଣ୍ଡା ଏବଂ ଭାଗବତ ଭାସ୍କର ଗୁରୁ ଶ୍ରୀ ଜଗନ୍ନାଥ ପଣ୍ଡା ଓ ପଣ୍ଡିତ ନବକୃଷ୍ଣ ଆଚାର୍ଯ୍ୟ ଙ୍କ ଦ୍ଵାରା ସକାଳ ୭ଘ ସମୟରେ ପୂଜାର୍ଚନା କରାଯାଇ ସାମୁହିକ ରାମ ଚରିତ ମାନସ ପାରାୟଣ ପାଠ ଓ ଜପ କର୍ମ ଆରମ୍ଭ ହୋଇଯାଇଛି ଜଗତ କଲ୍ୟାଣ ଉଧେଶ୍ୟ ରେ ଏହି କାର୍ଯ୍ୟକ୍ରମ କୁ କରାଯାଉଛି ରାମ ଚରିତ ମାନସ ଆସନ୍ତା କାଲି ସକାଳ ପୂର୍ଣ୍ଣାହୁତି ହେବ ଓ ସାମୁହିକ ପ୍ରସାଦ ସେବନ ର ଵ୍ୟବସ୍ତା କରାଯାଇଛି ଏହି କାର୍ଯ୍ୟକ୍ରମ କୁ ଗ୍ରାମ ର ସୁରେଶ ଦାସ, ସତ୍ୟ ନାରୟଣ ଦାସ, ପଞ୍ଚାନନ ଆଚାର୍ଯ୍ୟ, ଶ୍ରୀକାନ୍ତ ପଣ୍ଡା, ସନ୍ତୋଷ ଆଚାର୍ଯ୍ୟ, ବିଭୁ ଚୌଧୁରୀ, ଅଶୋକ ଆଚାର୍ଯ୍ୟ, ଦିଲୀପ ପଣ୍ଡା, ଅରୁଣ ପାତ୍ର,ରାଙ୍କନିଧି ପଣ୍ଡା, ତୋଫାନ ପଣ୍ଡା, ଯୁବକ ମାନେ ସହଯୋଗ କରୁଛନ୍ତି

You may have missed