March 11, 2026

ମହାବିଦ୍ୟାଳୟ ଅଧକ୍ଷ ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା 

IMG-20250601-WA0001
Share

 

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ରଞ୍ଜନ କୁମାର ଦାସଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସେବାନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି. I ବରିଷ୍ଠ ଅଧ୍ୟାପକ କର୍ମୋଦୟ ଛୋଟରାୟ ଙ୍କ ଅଧକ୍ଷତାରେ ପ୍ରଫେସର ପୁଷ୍ପରାଜ ପ୍ରଧାନ ଅଧ୍ୟାପକ ଗଣେଶ ପଣ୍ଡା ପ୍ରଫେସର ସୁପ୍ରଭା ଦାସ ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ଅଧ୍ୟାପକ ପ୍ରିୟରଞ୍ଜନ ପରିଡା ବରିଷ୍ଠ କିରାଣୀ ସନ୍ଧ୍ୟାରାଣୀ ବୈରୀଗଞ୍ଜନ କନିଷ୍ଠ କିରାଣୀ ପପୁନି କୁମାର ଭଟ୍ଟ ଅଧ୍ୟାପକ ଅଜୟ ସାହୁ ଓ ଉର୍ମିଳା ପରିଡା ପ୍ରମୁଖ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ। ଅଧକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ଶ୍ରୀ ଦାସ ଗଣିତ ବିଭାଗରେ ଦକ୍ଷ ଅଧ୍ୟାପକ ଥିଲେ.ସେ ଜଣେ ଛାତ୍ର ବତ୍ସଳ ମିଷ୍ଟଭାଷୀ ଓ ଶାନ୍ତ ସ୍ଵଭାବର ଥିଲେ. ବୋଲଗଡ଼ ରେ ଦୀର୍ଘଦିନ ଚାକିରୀ କାଳ ସବୁଦିନ ସ୍ମରଣୀୟ ହୋଇରହିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ପରିଶେଷରେ କନିଷ୍ଠ କିରାଣୀ ବଳରାମ ନାୟକ ବିଦାୟୀ ଅଧକ୍ଷଙ୍କ ସୁସ୍ଥ ନିରାମୟ ଜୀବନ ଆଶା କରି ଧନ୍ୟବାଦ ଅର୍ପଣ କରିଥିଲେ.