July 1, 2024

ବୁଲା କୁକୁର ଆକ୍ରମଣରେ ବୃଦ୍ଧା ଗୁରୁତର …

Share


ବୁଗୁଡ଼ା : ତା ୦୧/୦୬/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମରେ ଜନୈକା ବୃଦ୍ଧା ବୁଲା କୁକୁର ଆକ୍ରମଣରେ ଆହତ ହୋଇଥିବା ଜଣାଯାଇଛି । ଆହତ ଜଣକ ହେଲେ ୭୦ ବର୍ଷୀୟା ବୃଦ୍ଧା ରଙ୍ଗବତୀ ସେଠୀ । ପ୍ରକାଶ ଯେ , ଆଜି ମଧ୍ୟାହ୍ନରେ ରଙ୍ଗବତୀ କବାଟ ଖୋଲି ଘରେ ଶୋଇଥିଲେ । ଏ ସମୟରେ ଏକ ବୁଲା କୁକୁର ଘର ମଧ୍ଯକୁ ପଶି ଶୋଇଥିବା ବୃଦ୍ଧଙ୍କୁ ଅଚାନକ ଆକ୍ରମଣ କରି ତାଙ୍କର ମୁଣ୍ଡକୁ ବାରମ୍ବାର କାମୁଡି ଲହୁ ଲୁହାଣ କରିଦେଇଥିଲା । ବୃଦ୍ଧା ଜଣକ ବିକଟାଳ ଚିତ୍କାର କରିବାରୁ କୁକୁରଟି ସେଠାରୁ ଚାଲି ଯାଇଥିଲା । ଆହତ ଅବସ୍ଥାରେ ବୃଦ୍ଧାଙ୍କୁ ଆଣି ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା ।

You may have missed