July 1, 2024
Share

➡️୧-ମହାପ୍ରଭୁଙ୍କ ୨୧ ଦିନ ବ୍ୟାପି ଭିତର ଚନ୍ଦନ ଯାତ୍ରା ହେଲା ଆରମ୍ଭ, ଏହା ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଯାଏଁ ଚାଲିବ। ଏହି ୨୧ ଦିନ ମହାପ୍ରଭୁଙ୍କର ଚନ୍ଦନ ଓ ଆଲଟ ଲାଗି କରାଯିବ।

➡️୨-କନ୍ୟାକୁମାରୀ ବିବେକାନନ୍ଦ ରକ ମେମୋରିଆଲରେ ପ୍ରଧାନମନ୍ତ୍ରୀଙ୍କ ୪୫ଘଂଟିଆ ଧ୍ୟାନ ଜାରି l ଧ୍ୟାନ ମଣ୍ଡପରେ ଗୁଞ୍ଜରିତ ପବିତ୍ର ଓଁକାର l ଆଜି ଅପରାହ୍ଣ ପର୍ଯ୍ୟନ୍ତ ବସିବେ ଧ୍ୟାନରେ , ଧ୍ୟାନରୁ ଉଠି ସିଧା ଦିଲ୍ଲୀ ଅଭିମୁଖେ କରିବେ ଯାତ୍ରା ।

➡️୩-ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ସଂସଦୀୟ କ୍ଷେତ୍ର ସହିତ ୪୨ଟି ବିଧାନସଭା ଆସନରେ ହେବ ମତଦାନ। ଭୋଟ ଦେବେ ୯୯ ଲକ୍ଷ ୬୧ ହଜାର ଭୋଟର। ୪୬୦ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା l

➡️୪-ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଆଜି ଅନୁଷ୍ଠିତ ହେବ ଭୋଟ୍ । ଏଥିରେ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯିବ l

➡️୫-କଲବଲ କରୁଛି ଅସହ୍ୟ ଗରମ, ୪୬.୫ ଡିଗ୍ରୀରେ ଫୁଟିଲା ଟିଟିଲାଗଡ଼: ହିଟ୍‌ଓ୍ବେଭ୍‌ ମୁକାବିଲା ପାଇଁ ୬ ଦଫା ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କଲା ସ୍ବାସ୍ଥ୍ୟ ବିଭାଗ। ଯାହା ଯୁଦ୍ଧକାଳୀନଭିତ୍ତିରେ ହେବ ଲାଗୁ l

➡️୬-ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ତିନିରଥର ସମୁଦାୟ ୪୨ଟି ଚକ ମଧ୍ୟରୁ ୩୦ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୧ ଟି ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ଶୀତଳଷଷ୍ଠୀ ସୁଦ୍ଧା ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହାର ସଂଯୋଗ କରାଯାଇ ଡ଼େରାଯିବାର ବିଧି ରହିଛି ।

➡️୭-ରିଲାକ୍ସ ମୁଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ଣ୍ଣ ବୁକ୍ ଡିପୋରୁ ‘ସିକ୍ରେଟ ଅଫ୍‌ ଶିମିଳିପାଳ’ ଓ ‘ଆର୍ୟନ୍’ ନାମକ ଦୁଇଟି ବହି ଅଢ଼େଇ ହଜାର ଟଙ୍କା ପେମେଣ୍ଟ ଦେଇ ନିଜେ କିଣିଲେ l

➡️୮-ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଦୁଇ ଜଣଙ୍କର ହେଲା ମୃତ୍ୟୁ l ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ସେପଟେ ଜାତୀୟ ମାନବାଧିକାର କମିଶନରେ ହେଲା ମାମଲା ରୁଜୁ l

➡️୯-ଦୀର୍ଘ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କଲେ ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ୨୦୧୮ରୁ ଅର୍ଜୁନଙ୍କୁ ଡେଟ୍‌ କରି ଆସୁଥିଲେ ମଲାଇକା।

➡️୧୦-ଦେଶର ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ଆଣିଲା ସ୍ପ୍ଲେଣ୍ଡର ପ୍ଲସ୍ ଏକ୍ସଟେକ୍ ୨.୦, ଏଥିରେ ୭୩ କିଲୋମିଟର ପ୍ରତି ଲିଟର ମାଇଲେଜ ମିଳିବା ନେଇ କମ୍ପାନୀ ଦେଲା ସୂଚନା l

➡️୧୧-କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କଲେ ବଡ ଦାବି: ଇଣ୍ଡି ମେଂଟ ପାଇବ ୨୭୨ରୁ ଅଧିକ ଆସନ, କଂଗ୍ରେସ ଏକାକୀ ହାତେଇବ ୧୨୮ l

➡️୧୨-ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ ଏପର୍ଯ୍ୟନ୍ତ ୬୭ ଜଣ ଶ୍ରଦ୍ଧାଳୁଙ୍କ ହେଲାଣି ମୃତ୍ୟୁ: ନିରନ୍ତର ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଧାମି l

➡️୧୩-କେରଳର କନ୍ନୁର ବିମାନବନ୍ଦରରେ ଜଣେ ଏୟାର ହୋଷ୍ଟେସଙ୍କ ପ୍ରାଇଭେଟ ପାର୍ଟ ରୁ ୧ କେଜି ସୁନା ହେଲା ଜବତ l

➡️୧୪-ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମିର୍ଜାପୁରରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିବା ୧୩ ସରକାରୀ କର୍ମଚାରୀଙ୍କ ହେଲା ମୃତ୍ୟୁ l ମୃତକଙ୍କ ମଧ୍ୟରେ ୬ ଜଣ ହୋମଗାର୍ଡ ଅଛନ୍ତି ।

➡️୧୫-ଆସନ୍ତାକାଲି ପୁଣି ଜେଲ ଫେରିବା ପୂର୍ବରୁ ଭାବବିହ୍ୱଳ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ l ବୃଦ୍ଧ ବାପା, ମାଙ୍କ ଯତ୍ନ ନେବାକୁ ଭିଡିଓ ବାର୍ତ୍ତାରେ ଦିଲ୍ଲୀବାସୀଙ୍କୁ କଲେ ଅନୁରୋଧ l

➡️୧୬-ଜିଡିପି ଆକଳନ ପୁଣି କଲା ଆଶ୍ଚର୍ଯ୍ୟ l ୨୦୨୪ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଭାରତର ମୋଟ ଘରୋଇ ଉତ୍ପାଦ (GDP) ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଏକ ବର୍ଷ ପୂର୍ବେ ସମାନ ଅବଧିରେ ଏହି ଗତି ୬.୨ ପ୍ରତିଶତ ଥିଲା।

➡️୧୭-ବ୍ରିଟେନ୍ ବ୍ୟାଙ୍କରେ ଥିବା ୧୦୦ ଟନ୍ ରୁ ଅଧିକ ସୁନା ଭାରତ ଫେରାଇ ଆଣିଲା ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଭାରତର ସୁନା ଭଣ୍ଡାରରେ ଏହି ସୁନାକୁ ସାଇତିକି ରଖା ଯାଇଛି । ୧୯୯୧ ମସିହା ପରଠାରୁ ପ୍ରଥମ ଥର ଏତେ ମାତ୍ରାରେ ସୁନା ସ୍ୱଦେଶ ଫେରାଇ ଅଣାଯାଇଛି l

➡️୧୮-ଆଜିଠାରୁ ଟି ୨୦ ବିଶ୍ୱକପ ଅଭିଯାନ କରିବ ଟିମ୍ ଇଣ୍ଡିଆ । ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିବ। ଜୁନ ୫ରେ ଭାରତ ଏହାର ପ୍ରଥମ ମ୍ୟାଚ୍ ଆର୍ୟଲ୍ୟାଣ୍ଡ ବିପକ୍ଷରେ ଖେଳିବ । ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ।

➡️୧୯-ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ମତରେ ଶିବମ ଦୁବେ ଆଗାମୀ ଟି-୨୦ ବିଶ୍ୱକପ ଅଭିଯାନରେ ଭାରତୀୟ ଟିମ୍ ପାଇଁ ଏକ୍ସ-ଫ୍ୟାକ୍ଟର ହୋଇପାରନ୍ତି ।

➡️୨୦-ଟି୨୦ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲଙ୍କ ଅର୍ଦ୍ଧଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ୯ଜଣିଆ ଅଷ୍ଟ୍ରେଲିଆ ଦଳକୁ ୩୫ ରନ୍‌ରେ କଲା ପରାସ୍ତ .

You may have missed