December 3, 2024

ଦେଶ ପାଇଁ ଲଢେଇ କରି ଆନ୍ତର୍ଜାତୀୟ ସ୍ତରରେ ଗୌରବ ଅର୍ଜନ କରି ଥିବା ମହିଳା

Share

ବୋଲଗଡ଼,୦୧/୦୬(ଉପାନ୍ତ ଓଡିଶା): କୁସ୍ତିଯୋଦ୍ଧା ମାନେ ନ୍ୟାୟ ପାଇଁ ଦୀର୍ଘ ୩୫ ଦିନ ଧରି ରାଜରାସ୍ତାରେ ଧାରଣା ଦେଈ ଛନ୍ତି। କୁସ୍ତିସଙ୍ଘ ର ପୁର୍ବତନ ସଭାପତି ବି ଜେ ପି ସାଂସଦ ବ୍ରଜ ଭୁଷଣ ଶରଣ ସିଂଙ୍କ ବିରୋଧରେ ସେମାନେ ଆଣି ଥିବା ଯୌନ ନିର୍ଯାତନା ମାମଲା ରେ ଶାସକ ଦଳ ର ସାଂସଦଙ୍କ ପ୍ରତି ଦିଲ୍ଲୀ ପୋଲିସ୍ ର ଅହେତୁକ ଅନୁକମ୍ପା ଓ ପିଡିତ କୁସ୍ତିଯୋଦ୍ଧା ମାନଙ୍କ ପ୍ରତି ବର୍ବରୋଚିତ ଆଚରଣ ରେ ଆଜି ପୁରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି ଏହୀ କ୍ରମରେ ଆମ୍ ଆଦମୀ ପାର୍ଟୀ ବେଗୁନିଆ ବୋଲଗଡ଼ ର ସଭାପତି କଳ୍ପତରୁ ପଣ୍ଡା ସମାଜର ବିଭିନ୍ନ୍ ବର୍ଗର ଲୋକ ମାନଙ୍କୁ ଏହି ଘଟଣା ସମ୍ପର୍କରେ ସଚେତନ କରାଇ କୁସ୍ତିଯୋଦ୍ଧା ମାନଙ୍କ ପ୍ରତି ସଂବେଦନା ଓ ସମର୍ଥନ ଯୋଗାଡ କରୁଛନ୍ତି ଏହୀ କ୍ରମରେ ଉଦୟ କୋଚିଂ ସେଣ୍ଟର୍ ବାଘମାରୀ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷ୍ୟକ ପୀତାମ୍ବର ତ୍ରିପାଠୀ ଆୟୋଜିତ ସଭା ରେ ସମସ୍ତ ଘଟଣା ସମ୍ପର୍କରେ ସଚେତନ ହୋଇ ଘଟଣା କୁ ଦୃଢ ନିନ୍ଦା କରିବା ସହ ମହିଳା କୁସ୍ତିଯୋଦ୍ଧା ମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।