ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ..

ନୀଳଗିରି ( ଦେବାଶିଷ ଦାଶ )
ଆଜି ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ l ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି l ବାଲେଶ୍ୱର ଜିଲ୍ଲା ବାହାର୍ଦ୍ଦା ଡ଼ାକବଙ୍ଗଳା ପରିସର ରେ ତାଲୁକା ଆଇନ ସେବା ସମିତି ର ଅଧ୍ୟକ୍ଷା ସିଲଭଷା ବଡ଼ଜେନା ଙ୍କ ଅଧ୍ୟକ୍ଷତା ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବସ୍ତା ଏସଡ଼ିପିଓ ମାନସ କୁମାର ଦେଓ, ବସ୍ତା ଥାନା ଅଧିକାରୀ ରଞ୍ଜିତ କୁମାର ସାହୁ, ସିଂଲା ଥାନା ଅଧିକାରିଣୀ କମଳିନୀ ତାଣ୍ଡି, ବାଲିଆପାଳ ଥାନା ଅଧିକାରୀ ଗୋବିନ୍ଦ ବେହେରା ଙ୍କ ସମେତ ବସ୍ତା ବାର ଆସୋସିଏସନ ର ବହୁ ଆଇନଜୀବି ଉପସ୍ଥିତ ଥିଲେ l ନିର୍ମାଣ କାର୍ଯ୍ୟ ରେ ଶ୍ରମିକ ମାନେ ହିଁ କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ ତାଙ୍କର ଅଜସ୍ର ପରିଶ୍ରମ ଓ ଚେଷ୍ଟା ଯୋଗୁଁ ବଡ଼ ବଡ଼ ନଦୀ ବନ୍ଧ, କୋଠା ବାଡ଼ି, ରାସ୍ତା ଘାଟ ର ନିର୍ମାଣ ଏବଂ ମରାମତି କାର୍ଯ୍ୟ ସମ୍ଭବ ହୋଇପାରୁଛି l ତେଣୁ ସେମାନଙ୍କ ର ସମ୍ମାନ ଓ ସୁରକ୍ଷା ବିଷୟ ରେ ସରକାର ଚିନ୍ତା କରିବା ସହ ସାଧାରଣ ନାଗରିକ ମଧ୍ୟ ଚିନ୍ତା କରିବା ଆବଶ୍ୟକ ବୋଲି ନିମନ୍ତ୍ରିତ ଅତିଥିମାନେ କାର୍ଯ୍ୟକ୍ରମ ଅଭିଭାଷଣ ରେ ମତ ରଖିଥିଲେ l ଶ୍ରମିକ ମାନେ ନିଷ୍ଠାପର ଭାବରେ କାର୍ଯ୍ୟକରିବା ସହିତ କିଭଳି ବିଭିନ୍ନ ସରକାରୀ ଯୋଜନା ରେ ସାମିଲ ହୋଇ ନିଜର ଆର୍ଥିକ ସ୍ଥିତି ସୁଧାରି ପାରିବେ ସେ ବିଷୟ ରେ ଅଧ୍ୟକ୍ଷା ସିଲଭଷା ବଡ଼ଜେନା ସୂଚନା ଦେଇଥିଲେ l ସମାଜ ପ୍ରତି ଶ୍ରମିକ ମାନଙ୍କ ର ଅବଦାନ ଅତୁଳନୀୟ, ତେଣୁ ସେମାନଙ୍କ ର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଶ୍ରମିକ ଦିବସ ପାଳନ କରାଯାଏ ବୋଲି ବସ୍ତା ଏସଡ଼ିପିଓ ମାନସ କୁମାର ଦେଉ କହିବା ସହିତ ଅବିଭାବକ ଙ୍କ ଆର୍ଥିକ ସ୍ଥିତି ଖରାପ ହେତୁ ଶ୍ରମିକ ହିସାବରେ କାର୍ଯ୍ୟ କରୁଥିବା ୧୮ ବର୍ଷରୁ କମ ବୟସ ପିଲାଙ୍କୁ ଚିନ୍ହଟ କରି ତାଙ୍କୁ ସାମାଜିକ ସ୍ରୋତ ରେ ସାମିଲ କରାଇପାରିଲେ ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ମତ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପାରାଲିଗାଲ ସ୍ବେଛାସେବୀ କୁମୁଦ ରଞ୍ଜନ ଗିରି, ରାଜକିଶୋର ପାତ୍ର, ଜୟନ୍ତ ହଟେଇ, ଅମୁଲ୍ୟ କୁମାର ସେଠୀ, କ୍ଷୀରୋଦ କୁମାର ସାହୁ, ପ୍ରଶାନ୍ତ ପରିଡା, କୋର୍ଟ କର୍ମଚାରୀ ଚିତ୍ତରଞ୍ଜନ ସିଂ, ଯୋଗେନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ l