March 10, 2026

ଏନ୍‌ଏସ୍‌ସିବି କଲେଜରେ ଜଳ ହିଁ ଜୀବନ ସମ୍ପ୍ରସାରଣ କାର୍ଯ୍ୟକ୍ରମ

IMG-20250501-WA0051
Share

 

ସମ୍ବଲପୁର,( ରାଜାରାମ ଷଡ଼ଙ୍ଗୀ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅତି ମାତ୍ରାରେ ବଢ଼ିଯାଇଛି। ମଣିଷଠୁ ଆରମ୍ଭ କରି ସମସ୍ତ ଜୀବଜଗତ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଅଭିନବ ପଦକ୍ଷେପ ନେଇ ଜଳ ହିଁ ଜୀବନ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | କଲେଜର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ହରପାଳ ଏହାର ଅଧ୍ଯକ୍ଷତା ନେତୃତ୍ୱରେ ମହାବିଦ୍ୟାଳୟ ପରିସରରେ ଥିବା ବୃକ୍ଷଗୁଡ଼ିକରେ ଏନଏସଏସ ସ୍ବେଛାସେବୀ ମାସୁଦ ଆଲମ, ସୁଶାନ୍ତ କେୱାଟ, ସତ୍ୟମ ପ୍ରମୁଖ ଜଳ ଭର୍ତ୍ତି କରି ଜଳ ପାତ୍ର ଗଛ ମାନଙ୍କରେ ଟାଙ୍ଗୀ ଥିଲେ। ଏହା ସହିତ କ୍ୟାମ୍ପସ ବାହାରେ ଜଳ ଛତ୍ରର ବ୍ୟବସ୍ଥା କରାଯାଇଛି, ଯାହା ଦ୍ବାରା ପଥଚାରୀ, ଶ୍ରମିକ ମାନେ ଥଣ୍ଡା ପାନୀୟ ଜଳ ପାଇ ପାରିବେ ଓ ବାହାରେ ମଧ୍ୟ ଜୀବଜନ୍ତୁଙ୍କ ପାଇଁ ପାଣି ବ୍ୟବସ୍ଥା କରାଯାଇଛି l ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସୁରେଶ ଏକ୍କା ଏହାକୁ ପରିଚାଳନା କରିଥିଲେ ଓ ଅଧ୍ୟାପିକା ମେଞ୍ଜା ପୂର୍ତ୍ତି, ଅଧ୍ୟାପକ ପିକେ ପଣ୍ଡା, ଅଧ୍ୟାପକ ସତ୍ୟରଞ୍ଜନ ଗାରୁ ଏଥିରେ ସହଯୋଗ କରିଥିଲେ।