ଉମରକୋଟ ଗୁଲିପଟଣା ରେ ମାଁ ପେଣ୍ଡ୍ରାଣୀ ଙ୍କ ଗୁଡ଼ି ମନ୍ଦିର ପ୍ରତିଷ୍ଠା ମହା ଆଡ଼ମ୍ବରରେ ଅନୁଷ୍ଠିତ……

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସହର ଗୁଲି ପାଟଣା ଠାରେ ନବ ନିର୍ମିତ ଅଧିଷ୍ଠାତ୍ରୀ ଠାକୁରାଣୀ ମାଁ ପେଣ୍ଡ୍ରାଣୀ ଙ୍କ ଗୁଡ଼ି ମନ୍ଦିର ମହା ଆଡମ୍ବର ସହକାରେ ଆଜି ସଂପନ୍ନ ହେଇଯାଇଛି। ଦୀର୍ଘ 5 ଦିନ ଧରି ଏହି ଉତ୍ସବ ସମସ୍ତ ରୀତି ନୀତି। ଅନୁସାରେ ପାଳନ କରାଯାଇଥିଲା। ଶନିବାର ଦିନ ଆରମ୍ଭ ହେଇ ଥିବା ଏହି ମହାସମାରୋହ ରେ ପ୍ରଥମେ ଦୀକ୍ଷା ଗ୍ରହଣ କରିବା ସହ ଅଙ୍କୁର ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ରବିବାର ଦିନ 5 ଶହରୁ ଉର୍ଦ୍ଧ୍ବ ମହିଳା ମାନେ ଏକ ବିଶାଳ ଶୋଭାଯାତ୍ରା ରେ ରାଇଘର ରାସ୍ତା ଠାରେ ଥିବା ଭ।ସ୍କେଲ ନଦୀରୁ ପାଣି ଆଣି ମନ୍ଦିରକୁ ଆସିଥିଲେ। ପରେ ବନ ଜାଗ, ଶାଳ ସଂସ୍କାର, ଓ ମଣ୍ଡଳ କରଣ କରାଯାଇଥିଲା। ସୋମବାର ଦିନ ସୂର୍ଯ୍ୟ ପୂଜା, ଗୋ ପୁଜା, ଅଗ୍ନି ସ୍ଥାପନ, ଇନ୍ଦ୍ର ଚନ୍ଦ୍ରାଣୀ ସ୍ନାନ ଓ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ମଙ୍ଗଳବାର ଦିନ ରତ୍ନ ମୁଦ ଆରମ୍ବ, ରତ୍ନ ଗର୍ଭ ପ୍ରତିଷ୍ଠା, ଦେବତା ଙ୍କ ମହାସ୍ନାନ ଓ ଅଷ୍ଟ ପ୍ରହରୀ ଆରମ୍ଭ ହେଇ ଥିଲା। ଆଜି ଶେଷ ଦିନରେ ଦେବତାଙ୍କ ପ୍ରତିଷ୍ଠା ଓ ଠାକୁରାଣୀ ଙ୍କୁ ସର୍ବ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା ଓ ପୂର୍ଣ୍ଣାହୂତି ହେଇ ଥିଲା। ପୁଜାରେ କର୍ତ୍ତା ଭାବରେ ଭୀମ ମାଝି ଓ ତାଙ୍କ ପତ୍ନୀ ଚନ୍ଦ୍ରାଦି ମାଝି ଦାୟିତ୍ୱ ଗ୍ରହଣ କରିଥିଲେ। ମନ୍ଦୀର ପ୍ରତିଷ୍ଠା ର ମୂଖ୍ୟ ପୂଜକ ସତ୍ୟ ରଞ୍ଜନ ମିଶ୍ର ଓ ମାନସ ରଞ୍ଜନ ଦାସ ଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ପୁରୋହିତ ସୁବାଷ ମିଶ୍ର, ଅଭିଷେକ ମିଶ୍ର, ବିରଞ୍ଚି ନାରାୟଣ ମିଶ୍ର ଓ ପ୍ରଶାନ୍ତ ଶତପଥୀ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଟୁଲୁ ସାହୁ, ସୀତା ରାମ ପାଣ୍ଡେ, ଜୟୀ ସିଂ ପାଣ୍ଡେ, କିଶୋର ପାଳ, କୃଷ୍ଣ ନାୟକ ଓ ଦେବେନ୍ଦ୍ର ନାୟକ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ମନ୍ଦୀର ର କାରୁକାର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିବା ବେଳେ ମନ୍ଦିର କମିଟି ପକ୍ଷରୁ ଆଜି ଅପରାହ୍ନ ରେ ପ୍ରାୟ ୧୦ ହଜାର ଭକ୍ତଙ୍କ ସକାଶେ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଥିଲା। ମାଁ ଙ୍କ ମନ୍ଦୀର ପ୍ରତିଷ୍ଠା ଉତ୍ସବ ସମାପନ ପରେ ଶହ ଶହ ସଂଖ୍ୟାରେ ଭକ୍ତ ମାଁ ଙ୍କ ଦର୍ଶନ ସକାଶେ ଆସୁଥିବା ପରିଲକ୍ଷିତ ହେଉଛି।