March 11, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ପୁଜାରିଗୁଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ରକ୍ତ ଦାନ ଶିବିରରେ ୧୦୩ ୟୁନିଟ ରକ୍ତ ସଂଗ୍ରହ………

IMG-20250501-WA0010
Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ପୁଜାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉମରକୋଟ ରକ୍ତ ଭଣ୍ଡାରରେ ରକ୍ତର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଉମରକୋଟ ରକ୍ତ ଭଣ୍ଡାର ଅଧିକାରୀ ଡକ୍ଟର ସବ୍ୟସାଚୀ ଦାଶ ଓ ଟିମର ସହଯୋଗରେ ଏହି ରକ୍ତଦାନ ଶିବିରରେ ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସମ୍ମାନିତ ଅତିଥି ଭାବେ ସିଡିଏମଓ ଡ଼ଃ ସୋନ୍ତଷ କୁମାର ପଣ୍ଡା , ସନ୍ନମାନିତ ଅତିଥି ଭାବେ ଭାମିନୀ ସରପଞ୍ଚ ମାଳତୀ ମାଝୀ , ସମିତି ସଭ୍ୟା ଚମ୍ପାବତୀ ମାଝୀ, ମେଡିକାଲ ଅଫିସର ଡକ୍ଟର ପତିତପାବନ ଦ୍ବିବେଦୀ, ବିପିଏଲ ଜଗନ୍ନାଥ ମିଶ୍ର ,ଡକ୍ଟର ବିଭାସ ସୁବୁଦ୍ଧି, ଡ଼କ୍ଟର.ଗୁପ୍ତେଶ୍ୱର ଖେମୁଣ୍ଡୁ ,ଲୋକେଶ କଲାର ଓ ପୂଜାରୀ ଗୁଡା ର ସମସ୍ତ ସୁପରଭାଇଜର , ସ୍ଵାସ୍ଥ୍ୟ କର୍ମୀ ପୁରୁଷ ଓ ମହିଳା ,ସମସ୍ତ ସିଏଚଓ ଏବଂ ଆଶାକର୍ମୀ ମାନେ ଉପସ୍ଥିତ ରହିଥିଲେ। ରକ୍ତ ଦାନ କରିଥିବା ସମସ୍ତ ରକ୍ତଦାତା ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ଆଗାମୀ ଦିନରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।