ଆଦିପୁର ଗାଁରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ
ବୁଗୁଡା : ତା ୦୧/୦୪/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ଆଦିପୁର ଗ୍ରାମରେ ମା ଠାକୁରାଣୀ ଯାତ୍ରା ଓ ବିଶ୍ବ କଲ୍ୟାଣାର୍ଥେ ଜନ ସମାଜରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ଉପଲକ୍ଷେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ନାମଯଜ୍ଞରେ ବୁଗୁଡା ଯାଦବ ସାହି , ସାମନ୍ତରାପଲ୍ଲୀ , ଯେନାପୁର , ଆଦିପୁର ଓ ସୁନାରୀବୁଗୁଡା ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଛନ୍ତି । ଆଦିପୁର ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ନାମଯଜ୍ଞ ସହିତ ଘୃତଯଜ୍ଞ , ଅନ୍ନଯଜ୍ଞ ଓ ଗୋଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଅଛି । ଆସନ୍ତା ୪ ତାରିଖରେ ନାମଯଜ୍ଞର ସମାପନ ଉତ୍ସବ ଏବଂ ୫ ତାରିଖ ରବିବାର ସନ୍ଧ୍ୟାରେ ମହାନ୍ ପୌରାଣିକ ନାଟକ ” ହସେ ଦୁର୍ଯ୍ୟୋଧନ କାନ୍ଦେ ଦ୍ରୌପଦୀ” ମଞ୍ଚସ୍ଥ ହେବାକୁ ଥିବା ନେଇ ଗ୍ରାମ୍ଯ କମିଟି ପକ୍ଷରୁ ପ୍ରକାଶ ପାଇଛି ।