March 11, 2026

ନବିନ।ଙ୍କ ମାରାଥନ ନିର୍ବାଚନି ପ୍ରଚାର….. ୪ ଟି ପଞ୍ଚାୟତ ର ୧୭ ଟି ସ୍ଥାନ ରେ ନିର୍ବାଚନୀ ପ୍ରଚାର…..

onee
Share

ଉମରକୋଟ -ଗତ କାଲି ଠାରୁ ଉମରକୋଟ ସହର ଓ ବ୍ଲକ୍ ଠାରେ ବିଜେଡି ପ।ର୍ଥିନୀ ନବୀନ। ନାୟକ ପ୍ରଚାରକୁ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ଆଜି ଉମରକୋଟ ବ୍ଲକର ୪ ଟି ଗ୍ରାମ ପଞ୍ଚାୟତର ୧୭ ଟି ସ୍ଥାନ ରେ ନିର୍ବାଚନୀ ପ୍ରଚାର କରି ନବିନ ସରକାର ଙ୍କ ବିଭିନ୍ନ ଯୋଜନା ରେ ଲୋକ କିପରି ଲାଭ ପାଉଛନ୍ତି ତାହା ଉଲ୍ଲେଖ କରି ଭୋଟର ଙ୍କ ମନ ଜିଣିବା ପାଇଁ ଚେଷ୍ଟା କରିଥଲେ। ଆଜି ପ୍ରଥମେ ସେମଳ। ଗ୍ରାମ ପଞ୍ଚାୟତର ସେମଳ।, ମେନ୍ଦ। ବେଡ଼। , ସ।ନ ବାସିନୀ, ବଡ ବାସିନୀ ଓ ସିଉନ। ଗୁଡ। ଠାରେ, ସେହିପରି ଅଞ୍ଚଳ। ଗ୍ରାମ ପଞ୍ଚାୟତର UV23, ଅଞ୍ଚଳ। ଓ ପୁଜାରୀ ସାହି, ସେହିପରି ସୁନାବେଡ଼ା ଗ୍ରାମ ପଞ୍ଚାୟତ ର କୁଟିଆରିଗୁଡା,
ଗନ୍ଦ୍ରରିବାଲ, ସୁନାବେଡ। ଓ କଦଭଟା ଓ କୋପେନ। ଗ୍ରାମ ପଞ୍ଚାୟତ ର ତରେଙ୍ଗା ଠାରେ ବିରାଟ ନିର୍ବାଚନୀ ପ୍ରଚାର କରିଥିଲେ ନବୀନ। ସେହିପରି ତରେଙ୍ଗ। ଠାରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଥିଲା ଯେଉଁଥିରେ କି କଂଗ୍ରେସ ଓ ବିଜେପି ଦଳ ଛାଡି ପ୍ରାୟ ୧୫୦ ଜଣ ବିଜେଡି ରେ ଯୋଗଦାନ କରିଥିଲେ। ଆଜିର ଏହି ନିର୍ବାଚନୀ ସଭାରେ ସବୁ ସ୍ଥାନ ରେ ବ୍ଲକ ବିଜେଡି ସଭାପତି ମନୋଜ କୁମାର ଧଳ ସଭାପତିତ୍ବ କରିଥିବା ବେଳେ ବ୍ଲକ୍ ଅଧକ୍ଷ। ସୁଶୀଳା ମାଝୀ, ପୁର୍ବତନ ବିଧାୟକ ସୁବାଷ ଚନ୍ଦ୍ର ଗଣ୍ଡ, ଜିଲ୍ଲା ପରିଷଦ ସଭ୍ୟ। ଛାୟା ବିଶ୍ଵାସ, ଅଞ୍ଚଳ। ସରପଂଚ ଅର୍ଜ୍ଜୁନ ଭତ୍ର।, ସୁନାବେଡ଼ା ସରପଞ୍ଚ ସବିତା ବଞ୍ଜର।, ଶ୍ୟାମ ବଂଜର।, ବିର ସିଂ ମାଝୀ,ମଳୟ ଦାସ ପନକ।, କୋପେନା ସରପଞ୍ଚ କିଆ ଭତ୍ର।,ପୁର୍ବତନ ସରପଞ୍ଚ ଚିତ ରଂଜନ ଗଣ୍ଡ, ପୁର୍ବତନ ସରପଞ୍ଚ ପର୍ସୁ ରାମ ଗଣ୍ଡ, ବ୍ଲକ୍ ମହିଳା ସଭାନେତ୍ରୀ ଲକ୍ଷ୍ମୀ ଶାନ୍ତ। ସମସ୍ତ ୪ ଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ସଭାପତି ଓ ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ ଥିଲେ। (ଏମ.ଦିନା°ଶୁ ଆଚାରୀ)