November 16, 2024

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ 

Share

 

(ନବରଙ୍ଗପୁର ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ସ୍ଥାନୀୟ ବୈଭବ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଶ୍ରମିକମାନଙ୍କ ପାଇଁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏକ ଆଈନ ସଚେତନା ଶିବିର ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଜିଲ୍ଲା ଆଈନ ସେବା ପ୍ରାଧିକରଣର, ନବରଙ୍ଗପୁରର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ଅଣସଂଗଠିତ କ୍ଷେତ୍ର ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଈନ ଓ ସହାୟତା ସମ୍ପର୍କରେ ବୁଝାଇଥିଲେ ଓ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ଆଈନ ଏବଂ ତାହାର କିପରି ଭାବେ ପ୍ରଣୟନ ହୋଇଥିଲା ସେ ନେଇ ଆଲୋକପାତ କରିଥିଲେ, ଆଇନଜିବୀ ଶ୍ରୀ ରାଜ କିଶୋର ନାଗ ଶ୍ରମିକଙ୍କ ପାଇଁ ଥିବା ବିଭିନ୍ନ ସହାୟତା ବିଷୟରେ ଅବଗତ କରାଇଥିଲେ । ଅନ୍ୟାନ୍ୟ ଅତିଥି ରୂପେ ରାଜମିସ୍ତ୍ରୀ ସଂଘର ସଭାପତି ଶ୍ରୀ ସିରାଜ ଆହମେଦ ଏବଂ ଉପସଭାପତି ଶ୍ରୀ କୃପା ପାତ୍ର ଗରଡା ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ସଂଘଠିତ ଏବଂ ଅଣ ସଂଘଠିତ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।