April 25, 2026

ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ଓ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

IMG-20230501-WA0039
Share

 

ପାରଳାଖେମୁଣ୍ଡି, ତା.୦୧.୦୫.୨୦୨୩

 

ଗଜପତି ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ଓ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସରମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମ ଦିବସର ଗୁରୁତ୍ୱ ବିଷୟରେ ଉପସ୍ଥାପନ କରିବା ସହ ସବୁ ବର୍ଗର ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଓ ପାରଳାଖେମୁଣ୍ଡି ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଏନ୍.ବିରା ରାଜୁ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରମିକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ ବ୍ଲକର କୁଶଳୀ, ଅଣକୁଶାଳୀ ଓ ସଂଗଠିତ, ଅଣ ସଙ୍ଘଠିତ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ ବିଭିନ୍ନ ବର୍ଗର ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ଆଇନ ସମ୍ବନ୍ଧ ରେ ସୂଚନା ଦେବା ସହ ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ବିଭିନ୍ନ ଶ୍ରମିକ କଲ୍ୟାଣ ବୋର୍ଡରେ ଶ୍ରମିକଙ୍କ ପଞ୍ଜିକରଣ ଓ ସହାୟତା ସମ୍ପର୍କିତ ତଥ୍ୟକୁ ଉପସ୍ଥାପନା କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଲେବର କାର୍ଡ ଧାରୀ କାର୍ଯ୍ୟରତ ଅବସ୍ଥାରେ ମୃତ ଶ୍ରମିକଙ୍କ ପରିବାରକୁ ସାନ୍ତ୍ୱନା ମୂଳକ ସହାୟତା ରାଶି, ବିବାହ ପ୍ରୋତ୍ସାହନ ରାଶି, ଶିକ୍ଷା ସହାୟତା ଓ ମାତୃତ୍ଵ ସୁବିଧା ବୋଲି ଏହିପରି ମୋଟ ୭୧୦ ଜଣ ଶ୍ରମିକଙ୍କୁ ୧କୋଟି ୮୪ ଲକ୍ଷ୍ୟ ୧୩ ହଜାର ୨୦୦ ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ପାଇଁ ଶ୍ରମିକମାନଙ୍କୁ ଆହ୍ୱାନ ଦିଆ ଯାଇଥିଲା । ତେବେ ସରକାରଙ୍କ ପ୍ରୋତ୍ସାହନ ରାଶି ପାଇବା ପରେ ଜିଲ୍ଲାର ସମସ୍ତ ହିତାଧିକାରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ସମସ୍ତ ବ୍ଲକରୁ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଶ୍ରମିକମାନେ ଯୋଗଦେଇଥଲେ। ଶେଷରେ ସହକରୀ ଶ୍ରମ ଅଧିକାରୀ ଶ୍ରୀ ସୋମନାଥ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

You may have missed