ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲର ୧୦ମତମ ବାର୍ଷିକୋତ୍ସବ

ବୁଗୁଡା : ତା ୦୧/୦୪/୨୫ : ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲର ଦଶମତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଚେୟାରମ୍ୟାନ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କ ପୌରହିତ୍ୟରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ , ମୁଖ୍ୟ ବକ୍ତା ଭାବେ ବିଇଓ ଚିନ୍ମୟ ମହାପାତ୍ର , ସମ୍ମାନିତ ଅତିଥି ଭାବେ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ସନାତନ ବେହେରା ଓ ବାହାଡାପଦର ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବିଭୂ ପ୍ରସାଦ ପାଢୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ତ୍ରୈଲୋକ୍ୟ ନାଥ ସାମଲ,ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରାମର୍ଶଦାତା ସୁରେଶ ଚନ୍ଦ୍ର ଦାଶ ଓ ଟ୍ରଷ୍ଟି ଏ. ଜାନକୀରାଣୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହ ଛାତ୍ରଛାତୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପବିତ୍ର ଉତ୍କଳ ଦିବସ ତଥା ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉକ୍ତ ଉତ୍ସବର ପ୍ରାରମ୍ଭରେ ପ୍ରିନ୍ସିପାଲ ବାଲଗୋପାଲ୍ ଶତପଥୀ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ପରିଶେଷରେ ଶିକ୍ଷୟିତ୍ରୀ ତପସ୍ବିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।