ମୋହନା ପ୍ରେସ କ୍ଲବ ପକ୍ଷରୁ ଓଡ଼ିଶା ଦିବସ

ମୋହନା–ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଲବ ପକ୍ଷରୁ ସଂଘ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି l ପ୍ରେସ କ୍ଲବ୍ କାର୍ଯ୍ୟାଳୟର ସଭାପତି ଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ବାବୁଲା ସେଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଗୋଷ୍ଠି ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଏସଡି ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କର, ଅବସରପ୍ରାପ୍ତ ଶ୍ରମ ଅଧିକାରୀ ପ୍ରସନ୍ନ ସିଂ, ବରିଷ୍ଠ ନାଗରିକ ପ୍ରମିଳା ପଣ୍ଡା, ସରପଞ୍ଚ ସୁନିତା ମଲ୍ଲିକ, ଓକିଲ ସଂଘ ସଭାପତି ରବୀନ୍ଦ୍ର ନାୟକ, ସଂପାଦକ ପଦ୍ମନାଭ ପତି, ଅଧ୍ୟାପକ ଏସ. ରମେଶ, ସମାଜସେବୀ ସିରିଏଲ୍ ନାୟକ, ରାଜେନ୍ଦ୍ର ଦୋରା, ବାଘମାରି ପ୍ରଧାନ ଶିକ୍ଷକ ପ୍ରକାଶ ମଲ୍ଲିକ ଓ ଅବସରପ୍ରାପ୍ତ ଶିକ୍ଷକ ରମେଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l ଓଡ଼ିଶା ଦିବସର ମହତ୍ତ୍ୱ , ଲକ୍ଷ୍ୟ ଓ ଏହାର ଇତିହାସ ଉପରେ ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୋହନା ପ୍ରେସ କ୍ଲବ ଉପଦେଷ୍ଟା ପଞ୍ଚାନନ ଦାଶ ,ବରିଷ୍ଠ ସଦସ୍ୟ ସୁମନ ପଟ୍ଟନାୟକ,ଅଂଶୁମାନ ପଣ୍ଡା, ଉପ ସଭାପତି ନୃସିଂହ ନାଥ ପୁଜାରୀ, ସହ ସମ୍ପାଦକ ମୋଜେସ ରଇତ, କୋଷାଧ୍ୟକ୍ଷ ବିମଳ ମଲ୍ଲିକ, ସଦସ୍ୟ ପ୍ରମୋଦ ଦୋରା, ଧୀରେନ୍ଦ୍ର ନାୟକ, ନିର୍ମଳ ପାଲ, ବିପୁନ ମଲ୍ଲିକ, ଜଗନ୍ନାଥ ଦାଶ ଓ ଚନ୍ଦନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ବଜାର ଛକ ସ୍ଥିତ ମହାରାଜା କୃଷ୍ନ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ନିକଟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି l ଏଥିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ, ଗୁରୁଜୀ, ଗୁରୁମା, ଉନ୍ନୟନ ପରିଷଦର କର୍ମକର୍ତ୍ତା, ମୋହନା ସରପଞ୍ଚ ଓ ପଂଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ପ୍ରଦେଶ ଗଠନ ର ବିନ୍ଧାଣି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଛୋଟ ଛୋଟ ଶିଶୁ ମାନଙ୍କୁ ଓଡ଼ିଶା ଗଠନ ରେ ମହାରାଜା ଏବଂ ଓଡ଼ିଶା ର ମହା ମନିଶି ମାନଙ୍କ ଅବଦାନ ସମ୍ପର୍କ ରେ ବୁଝାଇଥିଲେ ଏହା ସଙ୍ଗେ ମୋହନା ଜୋର୍ଣାଲିଷ୍ଟ ୟୁନିଅନ୍ କାର୍ଯ୍ୟାଳୟ ଠାରେ ମଧ୍ୟ ଓଡ଼ିଶା ଦିବସ ସଭାପତି ଅଶ୍ଵିନୀ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ଆଡମ୍ବର ସହ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମିହିର ଜ୍ୟୋତି, ଗଣେଶ ବିଷୋୟୀ, ମନ୍ମଥ ମିଶ୍ର, ସୋନି ବେହେରା, ଜିତୁ ବେହେରା, ମୁକ୍ତି ମଣ୍ଡପ ଦଣ୍ଡସେନା, ପିଣ୍ଟୁ ପ୍ରଧାନ ଙ୍କ ସମେତ ସମସ୍ତ ସଂଘ ର କର୍ମକର୍ତ୍ତା ଉପସ୍ଥିତ ରହି ଦିବସ ଟିକୁ ପାଳନ କରିଥିଲେ।