April 3, 2025
Share

 

 

 

ସାରା ବିଶ୍ବରେ ରହୁଥିବା ଭାରତୀ ବଂଶଧର ମାନଙ୍କୁ ଏକଜୁଟ କରିବା ଚେଷ୍ଟାରେ ଭାରତୀ ସମାଜ ଦୀର୍ଘ ୨୪ ବର୍ଷ ହେବ କାର୍ଯ୍ୟ କରି ଆସୁଛେ । ଭାରତୀ ଭାଷା ଏବଂ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ୨୦୦୧ ମସିହା ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଆସିଛି। ଏପ୍ରିଲ୍ ୧ ତାରିଖରେ ଭାରତୀ ସମାଜ ପକ୍ଷରୁ ଭାରତୀ ଉତ୍ସବ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଭାରତୀ ଉତ୍ସବ କାର୍ଯ୍ୟକ୍ରମ ରେ ବିଶିଷ୍ଟ ସଂସ୍କୃତି ଗବେଷକ ଡଃ ଶ୍ୟାମସୁନ୍ଦର ଧର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସେ କହିଥିଲେ ଆମ ଭିତରେ ଭୋତିକ ଶକ୍ତି ବଢିଛି ହେଲେ ନୈତିକ ଶକ୍ତି ର ଅଭାବ ରହିଛି । ତେବେ ଭାରତୀ ସମାଜ ସମାଜରେ ନୈତିକତା ର ବିକାଶ କରି ସମସ୍ତ ଭାରତୀ ବଂଶଧର ମାନଙ୍କୁ ଏକଜୁଟ କରିବା ଚେଷ୍ଟା କରୁଛି। ଏହି ଅବସରରେ ଶିଶୁ ମାନଙ୍କ ଶିକ୍ଷା ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ସଂକଲ୍ପ ନିଆଯାଇଥିଲା। ଶେଷରେ କବିତା ପାଠ ଅନୁଷ୍ଠିତ ହୋଇଥିଲା।

 

ସମ୍ବଲପୁରରରୁ ଆମ ପ୍ରତିନିଧି ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ