November 16, 2024

ଦିଦିଙ୍କ ପଦୋର୍ଣ୍ଣତି ରେ ସ୍କୁଲ ଛୁଆ ଦୁଃଖୀ

Share

ତୁମେ ଆସିବ,ଦିଦି ରହିବ ଆମ ସ୍କୁଲ ରେ ,କାହିଁକି ଯାଉଛ? ଏପରି ପିଲାଏ କହୁଥାଆନ୍ତି ,କିଛି ଦୁଃଖ ରେ ତ ଆଉ କିଛି ଖୁସି ରେ ,କିନ୍ତୁ ଦିଦି ଙ୍କ ପାଖରେ ଭାଷା ନାହିଁ କଣ କହି ବୁଝାଇବେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ। ସେ ସବୁ ଦିନ ପରି ବିଦ୍ୟାଳୟ ର ଘଣ୍ଟି ଆଉ ଶୁଣିବାକୁ ପାଇବେ ନାହିଁ ପୁଣି ସାହିତ୍ୟ ବହିର ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳି ର ଚାଟ ସିଏ ଆଉ ପଢାଇବେ ନାହିଁ, କି ସ୍କୁଲ ପିଲା ଚଗଲା ହେଲେ ତାଙ୍କୁ ଆଉ କାନ ମୋଡ଼ିବେ ନାହିଁ। ପିଲା ଙ୍କୁ ଭୂଗୋଳ ପଢ଼ାଇବା ତ ଦୂରର କଥା, ସେଦିନ ଯେଉଁ ସ୍କୁଲ ରେ ଶିକ୍ଷା ଦାନ କରୁଥିଲେ ଆଜି ସେହି ବିଭାଗ ର ଅତିରିକ୍ତ ଶିକ୍ଷା ଅଧିକାରୀ। ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ମଠ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ, ଅବସର ଥିଲା ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ମହାରଣା ଙ୍କ ଅତିରିକ୍ତ ଶିକ୍ଷା ଅଧିକାରୀ ଭାବରେ ଦାୟିତ୍ୱ ନେବା । ଏବେ ପିଲା ଖୋଜୁ ଛନ୍ତି ଦିଦି ଙ୍କୁ, ଦିଦି ଝୁରୁ ଛନ୍ତି ପିଲା ଙ୍କୁ, ବେଶ୍ ଭାବପୂର୍ଣ୍ଣ ଥିଲା ବିଦ୍ୟାଳୟ ପରିବେଶ। ମଠ ସରକାରୀ ବିଦ୍ୟାଳୟ ରୁ ପାରମ୍ପରିକ ଭାବେ ମାର୍ଚ ମାସ ୬ ତାରିଖ ରୁ ଅତିରିକ୍ତ ଶିକ୍ଷା ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପିଲାମାନେ ଆଜି ଦିଦିଙ୍କୁ ଦେଇଛନ୍ତି ଢେର ସାରା ଭଲ ପାଇବା, ସାଥୀ ଶିକ୍ଷକ ଝୂରୁ ଛନ୍ତି, ପରିଚାଳନା କମିଟି ଅପେକ୍ଷା କରିଛି ଏଭଳି ଦିଦି ଆଉ କେବେ ପାଇବୁ। ଏଭଳି ଶିକ୍ଷକ ଙ୍କ ପାଇଁ ସର୍ବୋପରି ପିଲା ଛାତ୍ର ଅଭିଭାବକ ସମସ୍ତେ ଦୁଃଖ ଅନୁଭବ କରୁଛନ୍ତି।