ଅସ୍ତରଙ୍ଗରେମଦୁଆଙ୍କ କବଳରେ ବିଭିନ୍ନ ଛକ
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ହେଉଛି ଏକ ଉପାନ୍ତ ବ୍ଲକ।ଏହି ବ୍ଲକ ବହୁ ଜନ ସଂଖ୍ୟା ବିଶିଷ୍ଟ ସହ ଚଉଦ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ବ୍ଲକ ଅଞ୍ଚଳରେ ରହିଛି ୪ଗୋଟି ବିଦେଶୀ ମଦ ଦୋକାନ ଓ ଗୋଟିଏ ଦେଶୀ ମଦଦୋକାନ । ଆଉରି ମଧ୍ୟ ଆଉ କେତୋଟି ମଦ ବାର ଖୋଲା ହେବାର ପ୍ରସ୍ତାବ ରହିଛି ବୋଲି ଶୁଣିବାକୁ ମଧ୍ୟ ମିଳୁଛି । ମଦର ଏତେ ଯୋରରେ ବ୍ୟାପକ ପ୍ରସାର ଯେ ବେଳ ବୁଡିଲା ମାନେ ଗାଁ ଗହଳିରେ ଥିବା ଛକ ଜାଗା ମାନଙ୍କରେ ମଦୁଆ ଙ୍କ ଦୌରାତ୍ମ ନ କହିବା ଭଲ । ବିଶେଷ କରି କଣମଣ ନଦୀକୂଳ ଛକ,ପୋଟଳ ଛକ,ଆଳସାହି ଛକ,ନୂଆଗଡ ନଗର,ନାନପୁର ଛକ ଆଦି ମାନଙ୍କରେ ବ୍ୟାପକ ଚୋରା ମଦ ର କାରବାର । ଚୋରା ମଦ ସାଙ୍ଗକୁ ଗଞ୍ଜେଇ
ଧଳା ଜହର ମଧ୍ୟ ବାଦ ପଡୁନାହିଁ । ବିଶେଷ କରି,ଏହି ସବୁ ଜିନିଷ ଯୁବ ଗୋଷ୍ଠୀ ପ୍ରଭୁତି ବ୍ୟବହାର କରି, ସୋଦା ବକା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି । ଯେଉଁ ବାଟୋଇ ବା ମା ଭଉଣୀ ମାନେ ଯିବା ଆସିବା କରୁଛନ୍ତି ନିଜକୁ ସୁରକ୍ଷା ନ ମଣି ଭୟଭୀତ ଅବସ୍ଥାରେ ଚଳ ପ୍ରଚଳ କରୁଛନ୍ତି ।ବିଭିନ୍ନ ସମୟର ନିଶା ସେବନ ହେତୁ କେତେକ ଯୁବକ ରୋଗଗ୍ରସ୍ତ ହୋଇ ମୃତୁ ମୁଖରେ ପଡ଼ୁଥିବା ବେଳେ ଆଉ କେତେକ ଅଯଥା ଆଇନ ଶୃଙ୍ଖଳା ସୃଷ୍ଠି କରି ଗଣ୍ଡଗୋଳ ବି ଭିଆଉ ଛନ୍ତି । ଆଉ ବି ଗ୍ରାମ ମାନଙ୍କରେ ମଦୁଆଙ୍କ ଦୌରାତ୍ମ୍ କୁ ଆଖିଆଗରେ ରଖି ମହିଳା ମାନେ ସନ୍ଧ୍ୟା ସମୟରେ ପଦାକୁ ବି ବାହାରି ବାକୁ ଠିକ୍ ମନେ କରୁ ନାହାନ୍ତି । କଥା କଥାକେ ମଦୁଆ ମାନେ ବିଭିନ୍ନ ମାରଣା ଅସ୍ତ୍ର ଧରି ଆକ୍ରମଣ କରିବାକୁ ପଛାଉ ନାହାନ୍ତି ।ଏହିସବୁ ଘଟଣାକୁ ଆଖି ଆଗରେ ରଖି ନୂଆଗଡ ଗ୍ରାମ ପଞ୍ଚାୟତ ର ମହିଳା ମାନେ ସରପଞ୍ଚ ଜିତେନ୍ଦ୍ର ମିଥୁନ ସ୍ବାଇଁ ଙ୍କ ନେତୃତ୍ବରେ ପଞ୍ଚାୟତ କୁ ନିଶାମୁକ୍ତ କରିବା ଓ ଚୋରା ମଦ କାରବାର ବନ୍ଦ କରିବା ଆଦି ଦାବି କରି ନୂଆଗଡ ସ୍ଥିତ ସାମୁଦ୍ରିକ ଥାନା ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଥାନା କର୍ତୁ ପକ୍ଷ କାର୍ଯ୍ୟାନଷ୍ଠାନ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଦୁଃଶାସନ ନାୟକ,ଅସ୍ତରଙ୍ଗ